ପୋଲାଭରମ ଗସ୍ତରେ ବିଜେଡି ଟିମ୍, ବାସ୍ତବ ସ୍ଥିତି ଅନୁଧ୍ୟାନ କରି ନବୀନଙ୍କୁ ଦେବେ ରିପୋର୍ଟ

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ଆନ୍ଧ୍ର ପ୍ରଦେଶ ସରକାରଙ୍କ ବହୁ ପ୍ରତୀକ୍ଷିତ ପୋଲାଭରମ ପ୍ରକଳ୍ପ କୁ ନେଇ 25 ବର୍ଷ ପରେ ପୁଣି ଉଦବେଗ ପ୍ରକାଶ କରିଛି ବିଜେଡି।  କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦଳର ସୁପ୍ରିମୋ ଙ୍କୁ ରିପୋର୍ଟ୍ ଦେବ ବିଜେଡି ଟିମ୍। ସେପଟେ ପ୍ରକଳ୍ପ କାର୍ଯ୍ୟ 70%ରୁ ଉର୍ଦ୍ଧ ଶେଷ ହେବାକୁ ଥିଲା ବେଳେ ବର୍ଷା ସମୟରେ ବନ୍ୟା ଦେଖିଲାନି ମାଲକାନଗିରି ଜିଲ୍ଲା।ଏବେ ଓଡ଼ିଶା ଛତ୍ତିଶଗଡ଼ ଓ ଆନ୍ଧ୍ର ରେ ଏନ ଡି ଏ ସରକାର। ଚଳିତ ବଜେଟ ରେ ଅର୍ଥ ମଞ୍ଜୁର ସହ କାମ ଶେଷ କରିବା କୁ କହିଛି କେନ୍ଦ୍ର। ପ୍ରକଳ୍ପ ଶେଷ ହେଲେ କଣ ସ୍ଥିତି ହେବ ତାହାକୁ ନେଇ ସନ୍ଧିୟାନ୍ ଅବସ୍ତାରେ ମୋଟୁ ଅଞ୍ଚଳ ବାସୀ l

ଓଡିଶା ର ମୋଟୁ, ଆଲାମା, ବିନାୟକ ଗୋଟି କରି ଗୋଟି ଗାଆଁ ବୁଲୁଛନ୍ତି ବିଜେଡ଼ି ଟିମ୍ ର ପ୍ରତିନିଧି ଦଳ। ଗୋଟି ଗୋଟି କରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛନ୍ତି ବିଜେଡି ଟିମ୍। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ୍ ପୋଲାଭରମ ପ୍ରକଳ୍ପ ପାଶ୍ୱର୍ବର୍ତ୍ତୀ ମାଲକାନଗିରି ମୋଟୁ ଆନ୍ଧ୍ରପ୍ରଦେଶ ର କାଲୁର୍ ଏମିତି ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି । ଅତନୁ ସବ୍ୟସ ସବ୍ୟସାଚୀ ନାୟକ, ଭୃଗୁ ବକ୍ସିପାତ୍ର ଏବଂ ଝିନ ହିକକା, ରମେଶ ମାଝୀ, ଇଶ୍ୱର ପାଣିଗ୍ରାହୀ, ରଘୁରାମ ପାଡାଲ ଙ୍କ ସମତେ ଟିମ୍‌ରେ ସ୍ଥାନୀୟ ଅଞ୍ଚଳର ବିଜେଡି ନେତ ନେତା ସାମିଲ ।ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ବରେ ଏହି ପ୍ରତିନିଧୂ ଦଳ ମୋଟୁ କାଲେର ଆଲାମା ପେଟା, ବିନାୟକପୁର ଲୋକଙ୍କ ସହ ସହ ଆଲୋଚନା କରିଛନ୍ତି । ମତାମତ ସଂଗ୍ରହ କରିବା ସହ ସହ ଭୌଗୋଳିକ ଓ ବୈଷୟିକ ଦିଗର ଅନୁଧ୍ୟାନ କରିଛନ୍ତି।ସର୍ ଜମିନ୍ ତଦନ୍ତ କରୁଛନ୍ତି ପ୍ରସ୍ତୁତ କରୁଛନ୍ତି ଦଳର ସୁପ୍ରିମୋ ଙ୍କ ପାଇଁ ରିପୋର୍ଟ୍।

ଆନ୍ଧ୍ର ପ୍ରଦେଶ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ହେଉଛି ପୋଲାଭରମ ପ୍ରକଳ୍ପ । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହା ଏକ ଜାତୀୟ ପ୍ରକଳ୍ପ ଭାବେ ପରିଚିତ । ଏହି ପ୍ରକଳ୍ପ ଶେଷ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି । ସେଥିପାଇଁ ସହଯୋଗ ସମ୍ପୁର୍ଣ୍ଣ କରୁଛନ୍ତି କେନ୍ଦ୍ର ସରକାର । ପ୍ରକଳ୍ପ ଲାଗି ଚଳିତ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସୂଚନା ଦେଇଛନ୍ତି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷକରି ମାଲକାନଗିରି ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରିବ । ପ୍ରକଳ୍ପ ଆରମ୍ଭରୁ ଓଡିଶାରେ ଥିବା ବିଜେଡି ସରକାର ବିରୋଧ କରି ଆସୁଛନ୍ତି । ସେହିପରି ଆନ୍ଧ୍ର ସରକାରଙ୍କ ଏହି ପ୍ରକଳ୍ପକୁ ମଧ୍ୟ ଛତିଶଗଡ଼ ସରକାର ବିରୋଧ କରୁଛନ୍ତି। ସେପଟେ ଏ ନେଇ ଓଡିଶା ରେ ଏପର୍ଯ୍ୟନ୍ତ ହୋଇ ନାହିଁ ଗ୍ରାମ ସଭା ନା ଓଡ଼ିଶା ରେ ହୋଇଛି ଉଚିତ ସର୍ଭେ।ଆକଳନ କରାଯାଉଛି ଯାହା ତାହା ଯଦି ସତ ହୁଏ ଆଗକୁ ମୋଟୁ ମାଲକାନଗିରି ମାନ ଚିତ୍ରରୁ ଲିଭି ଯିବା ଥୟ। ତେବେ ମୋଟୁ ଅଞ୍ଚଳ ବାସୀଙ୍କୁ ଘାରିଛି କିଏ କରିବ ଏମାନଙ୍କୁ ଉଚିତ ଥଇଥାନ।

ପ୍ରକଳ୍ପ କାମ ସରି ସରି ଆସୁଥିବା ବେଳେ ସନ୍ଧିୟାନ୍ ଅବସ୍ତାରେ ମୋଟୁ ଅଂଚଳବାସୀ। ପ୍ରକଳ୍ପ ହେବା ପୂର୍ବରୁ ବ୍ୟାକ ଲକ୍ ପାଣି ଦେଲାଣି ବନ୍ୟା ଯନ୍ତ୍ରଣା। ବଦଳିଛି ସରକାର ବଦଳି ପାରିନି ମୋଟୁ ଅଞ୍ଚଳ ବାସୀ ଙ୍କ ସ୍ଥିତି। ଉଚିତ ଥଇଥାନ ଦାବି କରି ଆସୁଥିଲେ ହେଁ ପ୍ରତିଶ୍ରୁତି ପାଇଁ କିମ୍ବା ସାହାଯ୍ୟ ର ହାତ ବଢେଇବା ପାଇଁ ଆଗକୁ ଆସୁ ନାହାନ୍ତି ସରକାର। ରାଜନୈତିକ ନିଷ୍ପତ୍ତି ନ ହେଇ ମୋଟୁ ଅଂଚଳବାସୀ ଙ୍କ ସାର୍ଥ ଦେଖିବାକୁ ଉଠିଛି ଜୋର୍ ଦାବି।

LEAVE A REPLY

Please enter your comment!
Please enter your name here