ନ୍ୟାୟଦେବୀଙ୍କ ଆଖିରୁ ହଟିଲା ଅନ୍ଧପୁଟୁଳି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ଧରିଲେ ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି। ଏହାର ପ୍ରଥମ ଝଲକ ପଦାକୁ ଆସିଛିପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ।କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି। ସେହିପରି ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ ମଧ୍ୟ କାଢ଼ିବାକୁ ସେ କହିଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମୂର୍ତ୍ତି ତିଆରି କରାଯାଇଛି।କିଛିଦିନ ତଳେ ଭାରତ ସରକାର ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ନ୍ୟାୟ ଦେବୀଙ୍କ ଆଖିରେ କଳା ପଟି ବନ୍ଧା ଯାଇ ସମସ୍ତେ ନ୍ୟାୟପାଳିକା ଆଗରେ ସମାନ ବୋଲି ବାର୍ତ୍ତା ଦିଆଯାଉଥିଲା। ନ୍ୟାୟ ଦେବୀ ଧନୀ, ଗରିବ କିମ୍ବା କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଦେଖନ୍ତି ନାହିଁ।ଖଣ୍ଡାକୁ ସର୍ବୋଚ୍ଚ ଅଧିକାରୀର କ୍ଷମତା ଓ ଅନ୍ୟାୟ ବିରୋଧରେ ଦଣ୍ଡ ଦେବାକୁ ସୂଚାଉ ଥିଲା। ହେଲେ ଏହା ବ୍ରିଟିଶ ମାନସିକତା ବୋଲି ସିଜେଆଇ ହୃଦୟଙ୍ଗମ କରି ଏହାକୁ ବଦଳାଇବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here