ଆନନ୍ଦ ଉଲ୍ଲାସର ସହିତ ଗୋପାଳପୁରରେ ପାଳିତ ହେଲା ବୋଇତ ବନ୍ଦାଣ ମହୋତ୍ସବ-୨୦୨୪ ଅନୁଷ୍ଠିତ 

0

ଗୋପାଳପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୋପାଳପୁରରେ ବୋଇତ ବନ୍ଦାଣ ମହୋତ୍ସବ -୨୦୨୪ ମହାସମାରୋହରେ ପାଳିତ ହୋଇଛି l ଏହି ଅବସରରେ ଲୋକାରଣ୍ୟ ହୋଇଥିଲା ଗୋପାଳପୁର ବେଳାଭୂମି l ଜିଲ୍ଲା ପ୍ରଶାସନ ପକ୍ଷ୍ୟରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର  l ଛତ୍ରପୁର ବିଧାୟକ କୃଷ୍ଣ ନାୟକ ,ଚିକିଟି ବିଧାୟକ ମୋନରଞ୍ଜନ ଧ୍ୟାନସନ୍ତରା, ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ,କବିସୂର୍ଯ୍ୟନଗର ବିଧାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ l

ଏହି ଅବସରରେ କଳିଙ୍ଗର ନୌବାଣିଜ୍ୟ ପରମ୍ପରାରେ ଗଞ୍ଜାମର ଅବଦାନ ସମ୍ପର୍କିତ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ସାରା ରାତି ଗୋପାଳପୁର ବେଳାଭୂମି ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା ,ଭୋରୁ ଭୋରୁ ହବିଷ୍ୟାଳି ଓ ଶ୍ରଦ୍ଧାଳୁ ଗୋପଳପୁର ସମୁଦ୍ରରେ ବୋଇତ ଭସାଇଥିଲେ l ହବିଷ୍ୟାଳିଙ୍କ ଆ-କା-ମା-ବଇ ଧ୍ଵନି ରେ ପ୍ରକମ୍ପିତ ହୋଇଥିଲା ବେଳଭୂମି, ଏହା ସହିତ ଶୀତୁଆ ରାତିକୁ ମନଭରି ଉପଭୋଗ କରିଥିଲେ ଯୁବପିଢ଼ି l

LEAVE A REPLY

Please enter your comment!
Please enter your name here