ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ପୋଙ୍ଗଲକୁ ନେଇ ଉତ୍ସବ ର ମାହୋଲ, ଅଧିକ ଅଛନ୍ତି ଉତ୍ସାହିତ ତେଲୁଗୁ ଭାଷାଭାଷୀ। ଜିଲ୍ଲାରେ ବହୁସଂଖ୍ୟକ ତେଲୁଗୁ ଭାଷାଭାଷୀ ବସବାସ ସେମାନଙ୍କର ପ୍ରମୁଖ ପର୍ବ ପୋଙ୍ଗଲ। ତିନି ଦିନଧରି ଏହି ପର୍ବ ପାଳନ ହେଉଥିବା ବେଳେ ବିଳମ୍ବିତ ରାତ୍ରରୁ ଭୋଗି ନିଆଁରେ ଆରମ୍ଭ ହୋଇଛି ଏହି ପର୍ବ , ଜିଲ୍ଲାର ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକର ଗ୍ରାମାଞ୍ଚଳର ବହୁ ସଂଖ୍ଯାରେ ତେଲୁଗୁ ଭାଷାଭାଷୀ ରହୁଥିବାରୁ ଜିଲ୍ଲାର ଏହା ଏକ ପ୍ରମୁଖ ପର୍ବ ରୁପେ ମଧ୍ଯ ଗଣାଯାଏ । ଭୋଗି, ସଂକ୍ରାନ୍ତି ଓ କାନୁମୁ ମୁକ୍କାନୁମୁ ନାମରେ ୩ଦିନ ଧରି ଏହି ପର୍ବ ପାଳନ କରି ଆସୁଛନ୍ତି । ଭୋଗି ରେ ପୁରୁଣା ବସ୍ତୁ ଜାଳି ଭୋଗି ପରଦିନ ନୂଆଁ ବସ୍ତ୍ର ପରିଧାନ କରି ପୂର୍ବପୁରୁଷ ଆହ୍ବାନ କରନ୍ତି । ସଂକ୍ରାନ୍ତି ରେ ନବାର୍ଣ୍ଣ ଭକ୍ଷଣ ସହ ପିତୁପୁରୁଷଙ୍କୁ ପୂଜାକରିବା ମଧ୍ଯ ପ୍ରଥା ରହିଛି। ଘରର ଝିଅ,ବୋହୁ ଓ ଜ୍ବାଇଁଙ୍କୁ ସ୍ବତନ୍ତ୍ର ଡାକରା କରି ଖୁବ ଆଡମ୍ବରରେ ଏହି ପର୍ବ ପାଳନ କରନ୍ତି ।