ଭୁବନେଶ୍ୱର ( ବିକ୍ଳଵୀ ପରିକ୍ରମା ):- ରାଜଧାନୀରେ ସମସ୍ତ ଶ୍ମଶାନର ହେବ ରୂପାନ୍ତରଣ। ଶ୍ମଶାନକୁ ଆସୁଥିବା ଲୋକମାନେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି । ଶ୍ମଶାନ ଭିତରେ ଅଧିକ ଗଛ ଲଗାଇବା ସହିତ ପୋଖରୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ନୂଆ ରୂପରେ ଶ୍ମଶାନ ଗୁଡିକୁ ରଙ୍ଗୀନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନର ମଧ୍ୟ ହେବ ନବକଳେବର। ଶ୍ମଶାନର ରୂପରେଖ ବଦଳିବା ସହିତ ଇଲେକ୍ଟ୍ରିକ ଚୁଲା ଉଠାଯାଇ ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି। ଏହି କ୍ରମରେ ସତ୍ୟନଗର ଶ୍ମଶାନରେ ଭିତ୍ତିସ୍ଥାପନ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ। ସତ୍ୟନଗର ଶ୍ମଶାନରେ ଥିବା ଇଲେକ୍ଟ୍ରିକ୍ ଚୁଲାକୁ ଉଠାଯାଇ ସତ୍ୟନଗର ଶ୍ମଶାନର ନବକଳେବର କରାଯିବ। ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ କରିବା ପାଇଁ ବ୍ୟବସ୍ଥା କରିବ ବିଏମସି । ଆଜି ଏନେଇ ସତ୍ୟନଗର ଶ୍ମଶାନ ଠାରେ ଭିତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଏଥିପାଇଁ ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଏହାର ପୁନରୁଦ୍ଧାର କରିବା ନେଇ ଯୋଜନା କରିଛି ବିଏମସି । ଶ୍ମଶାନକୁ ଆସୁଥିବା ଲୋକମାନଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଥିବାବେଳେ କବର ସ୍ଥାନର ମଧ୍ୟ ନବୀକରଣ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି l