The Chief Minister announced 2 days holiday for Rath Yatra

0
Oplus_131072

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି । ବିରଳ ତିଥି ଅନୁଯାୟୀ ଏଥର ରଥଯାତ୍ରା ଦୁଇଦିନ ପଡୁଥିବାରୁ ଉକ୍ତ ଦୁଇଦିନକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଆସନ୍ତା ୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଥିବା ଥିବା ବେଳେ ଏବେଠାରୁ ଶ୍ରୀକ୍ଷେତ୍ର ଧାମ ଚଳଚଞ୍ଚଳ ହେବା ଆରମ୍ଭ ହୋଇଗଲାଣି l

LEAVE A REPLY

Please enter your comment!
Please enter your name here