ସପ୍ତମ ଥର ଲାଗି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆଜି ସପ୍ତମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି। ଆଜି ଲୋକଙ୍କୁ ପାଖରେ ବସାଇ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜନତା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରି ଜଣାଉଛନ୍ତି। ଏନେଇ ଦୂରଦୂରାନ୍ତରୁ ଆସିଥିବା ଲୋକେ ଖୁସି ଜାହିର କରିଛନ୍ତି।ବୌଦ୍ଧରୁ ଆସିଥିବା ଜଣେ ଅଜଣା ରୋଗରେ ପୀଡ଼ିତ ନିଜ ପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ତତକ୍ଷଣାତ୍ କଟକର ଏସସିବିରେ ମାଗଣା ଓ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆମ୍ବୁଲାନସରେ ଉକ୍ତ ରୋଗୀଙ୍କୁ ଏସସିବିକୁ ନିଆଯାଇଥିଲା। ଏଭଳି ଦୃଶ୍ୟ ଦେଖି ମୋହନ ସରକାରଙ୍କର ପ୍ରଶଂସା ନ କରି ରହିପାରିନାହାନ୍ତି। ମୋହନ ଚରଣ ମାଝୀଙ୍କ ସହ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି।

ସକାଳ ୧୧ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ୟୁନିଟ୍-୫ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଭିଡ଼ ଜମାଇଥିଲେ। ବହୁ ବର୍ଷ ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲୁଥିବାରୁ ଦୂରରୁ ଆସୁଥିବା ଲୋକମାନେ ଗତକାଲିଠାରୁ ଆସି ଭୁବନେଶ୍ବରରେ ରହିଥିଲେ। ସକାଳ ୯ଟାରୁ ୧୨ଟା ଭିତରେ ଏଥିପାଇଁ ପଞ୍ଜୀକରଣ ଚାଲିଥିଲା। ଲୋକଙ୍କ ଭିଡ଼କୁ ନଜରରେ ରଖି ସାଧାରଣ ପ୍ରଶାସନ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସମସ୍ତଙ୍କ ପାଇଁ ବସିବାର ବ୍ୟବସ୍ଥା ହୋଇଥିଲା। ଏହାସହ ପାନୀୟ ଜଳ ଓ ପଙ୍ଖା ଲଗାଯାଇଥିଲା। ଦିବ୍ୟାଙ୍ଗ ବ୍ୟକ୍ତିମାନେ ହ୍ବିଲ ଚେୟାରରେ ଅପେକ୍ଷା କରିଥିଲେ। ମାଇକ୍ ଯୋଗେ କ୍ରମିକ ନମ୍ବର ଘୋଷଣା ହେବା ପରେ ଲୋକମାନେ ପୁଲିସ ଯାଞ୍ଚ ପାଇଁ ଅପେକ୍ଷା କରିଥିଲେ।ଆଜି ବିଭିନ୍ନ ଜିଲ୍ଲାରୁ ଲୋକମାନେ ୟୁନିଟ୍-୫ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଭିଡ଼ ଜମାଇଥିଲେ। କିଛି ଦିନ ପରେ ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲୁଥିବାରୁ ଦୂରରୁ ଆସୁଥିବା ଲୋକମାନେ ଗତକାଲିଠାରୁ ଆସି ଭୁବନେଶ୍ବରରେ ରହିଥିଲେ। ଲୋକଙ୍କ ଭିଡ଼କୁ ନଜରରେ ରଖି ସାଧାରଣ ପ୍ରଶାସନ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here