ଗଛ ତଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷା ର ବିକାଶ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଦିଗ ରେ କୋଟି କୋଟି ଟଙ୍କା ପାଣି ଭାଳି ଖର୍ଚ୍ଚ କରୁଛନ୍ତି l ଏପରିକି ଗତ ସରକାର ଙ୍କ ସମୟ ରେ ୫ ଟି ମାଧ୍ୟମରେ କେଉଁଠି ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ କରିଥିଲେ ତ କେଉଁଠି ରଙ୍ଗ ମାରି ବିଦ୍ୟାଳୟ ର ନବୀକରଣ କରିଥିଲେ l ତେବେ ସରକାର ଙ୍କ ଏତେ ସବୁ ଯୋଜନା ସତ୍ତ୍ୱେ ଏବେବି ଅନେକ ବିଦ୍ୟାଳୟର ଉନ୍ନତି ହୋଇନାହିଁ l ପ୍ରଶାସନର ଅବହେଳା ହେଉ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଆନ୍ତରିକତା ଅଭାବ ଯୋଗୁଁ ବିଦ୍ୟାଳୟର ଉନ୍ନତି ରେ ବାଧକ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି l ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଛେଳିଗଡ ପଂଚାୟତ ତିଳିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ l ହେଲେ ୨୨ ଜୁନ ୧୯୫୫ ରେ ନିର୍ମାଣ ହେlଇଥିବା ତିଳିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଥିବା ପୁରୁଣା କୋଠା ଭାଙ୍ଗି ନଷ୍ଟ ହୋଇଯାଇଛି l ଦୀର୍ଘ ବର୍ଷ ହେଲା ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ପଡ଼ିରହିଥବା ଯୋଗୁଁ ପିଲାମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି l ବିଦ୍ୟାଳୟ ର ଆବଶ୍ୟକତା କୁ ଦେଖି ନୂତନ କୋଠା ନିର୍ମାଣ ହେlଇଥିଲା l କିନ୍ତୁ ଝରକା କବାଟ ନ ଲଗାଇ କୋଠା ନିର୍ମାଣ ସମ୍ପୂର୍ଣ୍ଣ ଦର୍ଶାଇ ବିଲକରି ଟଙ୍କା ଖାଇଗଲେ ଠିକାଦାର ଓ ପ୍ରଶାସନ l ଏହି ଭଳି ଅନେକ ଦୁର୍ନୀତିର ଗନ୍ତାଘର ପାଲଟିଛି ଆର ଉଦୟଗିରି ବ୍ଲକ l

ଯାହା ଦ୍ୱାରା ବିଦ୍ୟାଳୟ ରେ ନାନାଦି ସମସ୍ୟା ଲାଗି ରହିଛି l ଶ୍ରେଣୀ କୋଠା ଅଭାବ ରୁ କିଛି ପିଲା ଅର୍ଦ୍ଧ ନିର୍ମିତ କୋଠା ରେ ଅଧୟନ କରୁଥିବା ବେଳେ କିଛି ପିଲା ବିଦ୍ୟାଳୟ ପରିସରରେ ଥିବା ଗଛ ମୂଳେ ପାଠ ପଢୁଛନ୍ତି l ଏପରିକି ଅର୍ଦ୍ଧ ନିର୍ମିତ ଶ୍ରେଣୀ କୋଠା ରେ ଶିକ୍ଷକ ମାନେ କନା ଓ ପାଲ ବାନ୍ଧି ପାଠ ପଡାଯାଉଥିବା ଦେଖିବାକୁ ମିଳିଛି l ବିଦ୍ୟାଳୟ ରେ ପାଣି ସମସ୍ୟା ରହିଥିବା ବେଳେ ବିଦ୍ୟୁତ ସଂଯୋଗ ହେଇନି l ପାଚେରୀ ନଥିବା ଯୋଗୁଁ ହିଂସ୍ର ଜନ୍ତୁ ଙ୍କ ଆଡା ସ୍ଥଳୀ ପାଲଟିଛି ବିଦ୍ୟାଳୟ l ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି l ପ୍ରଧାନ ଶିକ୍ଷକ ଙ୍କୁ ମିଶାଇ ଦୁଇ ଶିକ୍ଷକ ରହିଛନ୍ତି l ଏଭଳି ସମସ୍ୟା ଦୀର୍ଘ ବର୍ଷ ଧରି ଭୋଗୁଛନ୍ତି ଛାତ୍ର ଛାତ୍ରୀ l ଯାହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀ ଓ ବିଡ଼ିଓ ଙ୍କୁ ଅବଗତ କରିଛନ୍ତି l କିନ୍ତୁ କୋଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି କମିଟି ଓ ଗ୍ରାମବାସୀ l

ଏହା ବିଦ୍ୟାଳୟ ନା ଆଉ କ’ଣ l ୨୪ ବର୍ଷ ର ସରକାର ଙ୍କ ଉନ୍ନତି କରଣ କେମିତି ହେlଇଛି ଏହି ବିଦ୍ୟାଳୟ କୁ ଦେଖିଲେ ସ୍ପଷ୍ଟ ହେଉଛି l ତୁରନ୍ତ ଏହି ବିଦ୍ୟାଳୟ ରେ ଲାଗି ରହିଥିବା ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l

 

LEAVE A REPLY

Please enter your comment!
Please enter your name here