ନୂଆଗଡ଼ ( ବିପ୍ଲବୀ ପରିକ୍ରମା ):- ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢିବା ସାଙ୍ଗକୁ ଟାଣଖରା ହେଉଛି। ପ୍ରଚଣ୍ଡ ଉତ୍ତାପ ଯୋଗୁ ପୃଷ୍ଟ ଭୂମିର ଜଳସ୍ତର କମି ବିଭିନ୍ନ ସ୍ଥାନର ନଦୀ, ନାଳ, ଝରଣା ଶୁଖି ଯାଇଛି। ସେହିଭଳି ବର୍ତ୍ତମାନ ଗ୍ରାମ ମାନଙ୍କରେ ବନ୍ଧ, କୁଅର ପାଣି ଶୁଖିବା ସହ ବିଭିନ୍ନ ନଳ କୂଅରୁ ପାଣି ବାହାରୁ ନାହିଁ। ଯାହାରି ଫଳରେ ପାଣି ବନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁରୁ ପଞ୍ଚାୟତ ଅଧିନରେ ଥିବା ପଟେଗୁଡ଼ା ଗ୍ରାମର ଲୋକେ ବୁନ୍ଦାଏ ପାଣି ପାଣି ଡହଳ ବିକଳ ହେଉଛନ୍ତି ।
ସୂଚନା ପ୍ରକାରେ ଗ୍ରାମରେ ୬୦ରୁ ଉର୍ଦ୍ଧ ପରିବାର ୩୫୦ରୁ ଉର୍ଦ୍ଧ ଲୋକେ ବସବାସ କରୁଛନ୍ତି। ଏଠାରେ ପ୍ରାୟ ଦୁଇମାସ ରୁ ଉର୍ଦ୍ଧ ସମୟ ହବ ପାଣିର ଘୋର ସମସ୍ୟା ଲାଗିରହିଛି। ବୁନ୍ଦାଏ ପାଣି ମୁଲୁ ନଥିବା ଯୋଗୁ ଶୋଷ ମେଣ୍ଟାଇବା ଠାରୁ ଆରମ୍ଭ କରି ସ୍ନାନ ଶୌଚ କରିବା ପାଇଁ ନାହିଁ ନଥିବା ସମ୍ମୁଖିନ ହେଉଛନ୍ତି ଗ୍ରାମର ଲୋକେ। ବିଲ ମାଳରେ କିଛି ଜମି ରହିଥିବା ପାଣିକୁ ମଧ୍ୟ ବାଧ୍ୟ ହୋଇ ପିଇ ଶୋଷ ମେଣ୍ଟାଉଛନ୍ତି । ଏହିଭଳି ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ଗ୍ରାମରେ ପାଣି ପାଇଁ ହାହା କାର ହେବାକୁ ପଡୁଛି। ପାଣି ସମସ୍ୟାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାକୁ ଦୂର କରିବା ପାଇଁ ତତ୍ପର ଦେଖାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି। ଗ୍ରାମରେ ରହିଛି ଦୁଇଟି କୁଅ ଏବଂ ଦୁଇଟି ନଳକୂଅ । ପ୍ରଚଣ୍ଡ ଟାଣ ଖରା ଯୋଗୁ ଦୁଇଟି କୁଅର ପାଣି ଶୁଖି ଯାଇଛି। ନଳକୁଅରୁ ମଧ୍ୟ ଠିକ ସେ ପାଣି ବହାରୁନାହି।
ବେଳେ ବେଳେ କଳଙ୍କି ପାଣି ବାହାରୁ ଥିବା ଯୋଗୁ ପିଇବା ପାଇଁ ପ୍ରଯୁଜ୍ୟ ହେଉନାହିଁ। କୂଅରୁ କମ ପରିମାଣରେ ଝରୁଥିବା ପାଣିକୁ ଅପେକ୍ଷା କରି ଗ୍ରାମର ଲୋକେ ରାତି ଦିନ ଏକ କରି ପାଣି ଆଣି ବ୍ୟବହାର କରୁଛନ୍ତି। କେହି କେହି ବିଲ ମାଳରେ ଜମିରହିଥିବା ପାଣି ଆଣି ବ୍ୟବହାର କରୁଛନ୍ତି। ଲୋକେ କହିବା ପ୍ରକାରେ ଗ୍ରାମରେ ପାଣିର ସମସ୍ୟାକୁ ଦୂର କରିବାକୁ ଏକ ପାଣି ଟାଙ୍କି ସହ ଘର ସମ୍ମୁଖରେ ଷ୍ଟାଣ୍ଡ ପୋଷ୍ଟ ଲଗାଯାଇଥିଲା। ତଥାପି ୩ବର୍ଷରୁ ଉର୍ଦ୍ଧ ସମୟ ହବ କାର୍ଯ୍ୟକ୍ଷମ ହୋଇନଥିବାରୁ ଶେଷରେ ଘର ସମ୍ମୁଖରେ ଥିବା ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ରୁଜି ଛିନଛତ୍ର ହୋଇଯାଇଛି। କୌଣସି ସୂଚନା ଫଳକ ନଥିବାରୁ କେଉଁ ଯୋଜନାରୁ ପ୍ରକଳ୍ପ ହୋଇଛି ଅଧିକାଂଶ ଲୋକଙ୍କୁ ଅଗୋଚର। ପ୍ରକଳ୍ପ ଅଛି ତଥାପି ହେଉନି ଜଳ ଯୋଗାଣ।ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବସୀ। ଏହାକୁ ଯଥାଶୀଘ୍ର କାର୍ଯ୍ୟ କ୍ଷମ କରି ପାଣି ଯୋଗାଇବା ନିମନ୍ତେ ଦାବି କରିଛନ୍ତି ଲୋକେ।