ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ , ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ ସୀତା ସାଗର ରୁ ମିଳିଲା ଗଳିତ ଶବ ,ହତ୍ୟାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସିସିଟିଭି ଫୁଟେଜ ଓ ପାରିପାର୍ଶ୍ବିକ ସ୍ଥିତିକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ପାରଳାଖେମୁଣ୍ଡି ପୋଲିସ। ହତ୍ୟାର ଶିକାର ହୋଇଛନ୍ତି ନୁଆଁ କ୍ୟାମ୍ପ ସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର ପଣ୍ଡା ।

 

ପାରଳାଖେମୁଣ୍ଡି ନୁଆଁ କାମ୍ପ ସାହି ବାସିନ୍ଦା କୃଷ୍ଣଚନ୍ଦ୍ର ପଣ୍ଡା ଗତ ୨୫ ତାରିଖ ଠାରୁ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଚାରିଆଡ଼େ ପଚରାଉଚରା କରିବା ପରେ ପାରଳାଖେମୁଣ୍ଡି ଥାନାରେ ସେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତିକରି ପାରଳାଖେମୁଣ୍ଡି ପୋଲିସ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ମୋବାଇଲ ଟ୍ରାକିଂ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ଏହା ପରେ ବିଭିନ୍ନ ସିସିଟିଭି ଫୁଟେଜ ଓ ଶେଷ ଥର ପାଇଁ ପାଈଁ ପାରଳାଖେମୁଣ୍ଡି ଜଙ୍ଗମ ସାହି ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ସେହି ଅଞ୍ଚଳର ସିସିଟିଭି କୁ ଆଧାର କରି ଯେଉଁ ଘରକୁ ଯାଇଥିଲେ ,ସେଠାକାର ସାହି ପଡିଶା ଓ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ଅନୁଯାୟୀ ଗତ ୨୫ ତାରିଖ ରାତି ପରଠାରୁ ସେହି ଅଞ୍ଚଳରେ କୃଷ୍ଣ ଚନ୍ଦ୍ରଙ୍କୁ ଦେଖିବାକୁ ପାଇନଥିବା ସ୍ଥାନିତ ଲୋକେ ସୁଚନା ଦେଇଥିଲେ ,ହେଲେ ଶେସଥର ପାଇଁ ଯେଉଁ ଘରକୁ ଯାଇଥିଲେ ସେଠାରେ କୈାଣସି ବ୍ୟକ୍ତି ନାହାନ୍ତି, ଘର ଖୋଲା ପଡୀଥିବା ଦେଖିବାକୁ ପାଇଥିଲା ପୋଲିସ ।‌ତେବେ ଗତ କାଲିଠାରୁ ପୋଲିସ ବିଭିନ୍ନ ଦିଗକୁ ନେଇ ତା’ର ତଦନ୍ତ ଜାରି ରଖିଥିଲା , ଆଜି ଅପରାହ୍ନରେ ଜଙ୍ଗମ ସାହି ନିକଟସ୍ଥ ସୀତା ସାଗରରେ ଗୋଟିଏ ବସ୍ତାରେ ବନ୍ଧା ହୋଇ ପଡିଥିବା ଖବର ପାଇ ପୋଲିସ ସନ୍ଦେହରେ ଅଗ୍ନିଶମ ବିଭାଗର ସହାୟତାରେ ବସ୍ତା ଟିକୁ ବାହାର କରି ଦେଖିବା ସମୟରେ ନିଖୋଜ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ କ୍ଷତ ବିକ୍ଷତ ମୃତଦେହ ଗଳିତ ଅବସ୍ଥାରେ ପାଇଥିଲା । ତେବେ ହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ପରିବାର ଲୋକେ ମଧ୍ୟ ହତ୍ୟାର କାରଣ କ’ଣ ହୋଇପାରେ ସଠିକ୍ ଭାବରେ କହି ପାରୁନାହାଁନ୍ତି ।

 

ଶବକୁ ଉଦ୍ଧାର କରିବା ପରେ ଘଟଣା ସ୍ଥଳରେ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଶବର ପଞ୍ଚନାମା କରିବା ସହ ଶବକୁ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ଚିକିତ୍ସାଳୟ କୁ ପଠାଇଛି, ପୋଲିସ ବର୍ତ୍ତମାନ ଗତ ୨୫ ତାରିଖ ଦିନ ମୋବାଇଲ ଯୋଗେ କାହା ସହ କଥାବାର୍ତ୍ତା କରିଛନ୍ତି ଶେସଥର ପାଇଁ ସେଠାକୁ କାହିଁକି ଯାଇଥିଲେ, ସେଠାରେ କିଏ ରହୁଥିଲେ, ତାଙ୍କ ସହିତ କୃଷ୍ଣ ଚନ୍ଦ୍ରଙ୍କ ସମ୍ପର୍କ କଣ ? ସେ ତମାମ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍ ।

ପାରଳାଖେମୁଣ୍ଡି ଜଙ୍ଗମ ସାହି ବର୍ତ୍ତମାନ ଅପରାଧୀକ ଘଟଣା ବଳିର ଆଡ଼ା ସ୍ଥଳୀ ପାଲଟିଛି ଗତ ଦୁଇ ମାସ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ ଏବଂ ଗୋଟିଏ ଏସିଡ ମାଡ ଭଳି ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଲାଣି, ତେବେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ରୋକିବାରେ ପୋଲିସର ପଦକ୍ଷେପ କଣ ରହୁଛି ତାକୁ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here