ପ୍ରବାଦ ପୁରୁଷ ବିଜୁବାବୁଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :: ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ମହେନ୍ଦ୍ର ତନୟା ନଦୀ ତଟରେ ତିଳ ତର୍ପଣ ଅର୍ପଣ କରିବା ପରେ କଲେଜ ଛକ ଠାରେ ସ୍ଥିତ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହାପରେ ବିଜୁବାବୁଙ୍କ ସ୍ମୃତି ଚାରଣ ନିମନ୍ତେ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ପୈାର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୈାର ପରିଷଦର ବହୁ କାଉନସିଲ, , ଗୁମ୍ମା, କାଶୀନଗର ଓ ଗୋଷାଣି ବ୍ଲକର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଏସ ବାଲାରାଜୁ, ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜ ତଥା ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚ ତଥା ଲୋକ ପ୍ରତିନିଧି ଓ ବହୁ କର୍ମୀ ଯୋଗ ଦେଇଥିବା ବେଳେ ଓଡ଼ିଶାର ବିକାଶ ପାଇଁ ବିଜୁ ପଟ୍ଟନାୟକଙ୍କ ବରିଷ୍ଠ ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ ବରିଷ୍ଠ ନେତୃବୃନ୍ଦ ।

ବିଶେଷ କରି ପଞ୍ଚାୟତ ରାଜ ବ୍ୟବସ୍ଥା ଓ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ଅବଦାନ ଚୀର ସ୍ମରଣୀୟ । କଳିଙ୍ଗର ବୀରପୁତ୍ର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ବୀରତ୍ୱର ଗାଥା କହିଥିଲେ ବୁଦ୍ଧିଜୀବୀ । ବିଜୁ ବାବୁ ଅସୀମ ସାହାସର ପ୍ରତୀକ । ବିଜୁ ବାବୁ ଓଡ଼ିଶା ପାଇଁ ଉଜ୍ଜ୍ୱଳତମ ତାରକା, ଝଡ଼ର ଇଗଲ ପରି ଥିଲେ ବିଜୁ ବାବୁ । ତେବେ ଏଭଳି ମହାନ ଜନନାୟକ ଥିଲେ ଯେ ତାଙ୍କ ଅବଦାନ ପାଇଁ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ଗ୍ରହଣ କରାଯାଇଛି । ତାଙ୍କ ମୃତ୍ୟୁରେ ଚାରୋଟି ଦେଶର ପତାକା ତାଙ୍କ ଉପରେ ପଡ଼ିଥିଲା। ତେବେ ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ବାରମ୍ବାର ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରାଯାଊଛି ବୋଲି ବିଧାୟକଙ୍କ ସମେତ ଜିଲ୍ଲା ବିଜେଡି ନେତାମାନେ ନିନ୍ଦା କରିଛନ୍ତି । ଏଭଳି ଅନ୍ତଃ ରାଷ୍ଟ୍ର ନେତାଙ୍କ ଅବଦାନକୁ ମୂଳ ଉତ୍ପାଟନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବୋଲି ବିଧାୟକ କହିଥିଲେ ।

LEAVE A REPLY

Please enter your comment!
Please enter your name here