ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ହୋଟେଲ୍ ଜ୍ୟୋତି ରେସିଡେନ୍ସି ରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଗତ ସୋମବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଗୋଶାଣୀନୁଆଗାଁ ସ୍ଥିତ ବୁଥ ନମ୍ବର ୧୩୪ରେ ପାଖରେ ଏକ ବଚସା ହୋଇଥିଲା।ପରେ ଉପସ୍ଥିତ ଥିବା ବ୍ରହ୍ମପୁର ବିଧାନସଭା ପ୍ରାର୍ଥି ଶିବ ଶଙ୍କର ଦାସ (ପିଣ୍ଟୁ) ଅଚାନକ ପ୍ରଦୀପ କୁମାର୍ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ।ଫଳରେ ପ୍ରଦୀପଙ୍କ ଶରୀରରେ ଆଘାତ ଲାଗିଥିବା ସହ ଚିକିତ୍ସା ପାଇଁ ମେଡିକାଲ କୁ ପଠାଯାଇଥିଲା।
ଏହି ଘଟଣା ପୁରା ଚାରିଆଡ଼େ କ୍ଷୀପ୍ର ଭାବେ ପ୍ରସାର ହେବା ସହ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଏରାଳ ହୋଇଥିଲା। ପ୍ରଦୀପଙ୍କ ଅଭିଯୋଗ କ୍ରମେ ଗୋଷାଣୀ ନୂଆଗାଁ ପୋଲିସ ପିଣ୍ଟୁ ଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ଜାମିନ ନାମଞ୍ଜୁର କରିବା ଫଳରେ ଜେଲ ଗଲେ ପିଣ୍ଟୁ ଦାଶ। ଏହି ସାମ୍ବାଦିକ ସମ୍ମିଳନୀ ରେଜିଲ୍ଲା ସଭାପତି ଡ଼ା.ସୁବାସ ସାହୁଙ୍କ ସମେତ ବ୍ରହ୍ମପୁର ଲୋକସଭା ପ୍ରଭାରୀ ଅଶୋକ ମିଶ୍ର,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ, ଗୋପାଳପୁର ବିଧାନସଭା ପ୍ରାର୍ଥୀ ବିଭୂତି ଭୂଷଣ ଜେନା,ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ କେ.ନାରାୟଣ ରାଓ,ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର,ଚିକିଟି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରା,ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକ,ମୋହନା ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।