ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଦଳିଲା ନର୍ସିଂ ଷ୍ଟାଫଙ୍କ ଡ୍ରେସ୍ କୋଡ୍ । ନୂଆ ଡ୍ରେସରେ ରହିବ ସମ୍ବଲପୁରୀ ଛିଟା । ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲ୍କ । ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ସିନିୟର୍ ନର୍ସିଂ ଅଫିସର । ସେହିଭଳି ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ କେୟନ୍ ବ୍ଲୁ ରଙ୍ଗର ପୋଷାକ ପିନ୍ଧିବେ । ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ରଙ୍ଗର ପୋଷକ ପିନ୍ଧିବେ । ଆସନ୍ତା ଜାନୁଆରୀରୁ ଲାଗୁ ହେବେ ନୂଆ ଡ୍ରେସକୋଡ୍ ।ସେହିପରି ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ।
ସୂଚନା ପ୍ରକାରେ ନର୍ସ ମାନଙ୍କ ୧୦ ଦଫା ଦାବି ମଧ୍ଯରୁ ସରକାର ଗୋଟିଏ ଦାବି ପୂରଣ କରିଛନ୍ତି। ଡ୍ରେସକୋଡ ପରିବର୍ତ୍ତନ ଦ୍ବାରା ସିନିୟର ଓ ଜୁନିୟର ନର୍ସିଂ ଅଫିସରଙ୍କ ମଧ୍ୟରେ ଥିବା ସମାନତା ଦୂର ହୋଇଛି । ଏହା ସହ ଭିନ୍ନ ଡ୍ରେସ୍ କୋଡ ଦ୍ବାରା ନର୍ସିଂ ସୁପରିଟେଣ୍ଡେଣ୍ଟ ଏବଂ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଗୁରୁତ୍ବ ବଢିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।ତେବେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ନର୍ସିଂ ଅଫିସର ସଂଘ ।