ବଢିଲା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ର ଅବଧି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-  ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ଦୁଇ ଯୋଜନାକୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ଆର୍ଥିକ ବର୍ଷ 2025-26 ପାଇଁ ବୃଦ୍ଧି କରାଯିବା ପ୍ରସ୍ତାବରେ ମୋହର ଲାଗିଛି ।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ (PMFBY) ସମେତ ଦୁଇଟି କେନ୍ଦ୍ରୀୟ ଫସଲ ବୀମା ଯୋଜନାର ଅବଧି ବଢିଛି l ଏହା ମଧ୍ୟରେ ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନା (WBCIS) ମଧ୍ୟ ରହିଛି । ଏହି ଉଭୟ ଯୋଜନାରେ ବର୍ଷ 2021-22 ରୁ 2025-26 ପର୍ଯ୍ୟନ୍ତ ମୋଟ ବ୍ୟୟବରାଦ 69,515.71 କୋଟିକୁ ବୃଦ୍ଧି ପାଇବାକୁ ଯାଉଛି ।କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସମିଟରେ ଏହି ସୂଚନା ପ୍ରଦାନ କରିଛନ୍ତି । ଅଶ୍ବିନୀ କହିଛନ୍ତି,‘‘ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ବର୍ଷ 2025-26 ପର୍ଯ୍ୟନ୍ତ ଦେଶର କୃଷକମାନଙ୍କୁ ଅଣ-ପ୍ରତିରୋଧୀ ପ୍ରାକୃତିକ ବିପର୍ଯ୍ୟୟରୁ ଆର୍ଥିକ ସୁରକ୍ଷା ଦେବାରେ ବଡ ଭୂମିକା ନିର୍ବାହ କରିବାକୁ ଯାଉଛି ।

ଏହି ଉଭୟ କେନ୍ଦ୍ରୀୟ ବୀମା ଯୋଜନାର କାର୍ଯ୍ୟକାରିତା ପ୍ରକ୍ରିୟାର ପାରଦର୍ଶିତା ଓ ସ୍ବଚ୍ଛ୍ବତାକୁ ତ୍ବରାନ୍ବିତ କରିବା ପାଇଁ ଉନ୍ନତମାନର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଅତିରିକ୍ତ ଭାବେ 824.77 କୋଟି ଟଙ୍କାର ‘ଫଣ୍ଡ ଫର ଇନୋଭେସନ ଆଣ୍ଡ ଟେକ୍ନୋଲୋଜି’ (FIAT) ଗଠନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । ଫଳରେ ଏହି ଯୋଜନାରେ ନଷ୍ଟ ହୋଇଥିବା ଫସଲର ସଠିକ୍‌ ମୂଲ୍ୟାୟନ, ବୀମା ରାଶି ସେଟେଲମେଣ୍ଟ ଓ ସହଳ ପ୍ରଦାନ ଆଦି ପ୍ରକ୍ରିୟା ପୂର୍ବାପେକ୍ଷା ସହଜରେ ହୋଇପାରିବ । ଉଭୟ ଯୋଜନାରେ ବର୍ଷ 2021-22 ରୁ 2024-25 ପର୍ଯ୍ୟନ୍ତ ମୋଟ ବ୍ୟୟବରାଦ ରାଶି 66,550 କୋଟି ଟଙ୍କା ଥିଲା । ଏବେ ଏକ ବର୍ଷ ବୃଦ୍ଧି ଫଳରେ ଏହି ରାଶି 69,515.71 କୋଟିକୁ ବୃଦ୍ଧି କରାଯାଇଛି ।’’

ତେବେ ଚାଷୀଙ୍କୁ ସୁଲଭ ଫସଲ ବୀମା ପ୍ରଦାନ କରି ବିପର୍ଯ୍ୟୟ ସମୟରେ ସେମାନଙ୍କୁ ଆର୍ଥିକ ସଶକ୍ତ କରିବା, ଚାଷର ପ୍ରାରମ୍ଭିକ ପର୍ଯ୍ୟାୟରୁ ଅମଳ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ସମସ୍ତ ଅଣ-ପ୍ରତିରୋଧୀ ପ୍ରାକୃତିକ ବିପଦରେ ଫସଲ ନଷ୍ଟ ହେଲେ ବୀମାଭୂକ୍ତ ଚାଷୀଙ୍କୁ କ୍ଷୟକ୍ଷତି ମୂଲ୍ୟ ପ୍ରଦାନ କରିବା ହେଉଛି ଏହି ବୀମା ଯୋଜନାର ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here