ଡିସେମ୍ବରରୁ ରହିବ ଶୀତ ର ପ୍ରଭାବ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ତଳମୁହାଁ ରାତି ତାପମାତ୍ରା । ୫ ଡିଗ୍ରୀ ଯାଏଁ ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ବା ତଳମୁହାଁ ହୋଇଛି ତାପମାତ୍ରା । ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରକୋପ ବଢ଼ୁଥିବାରୁ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି । ଆଗାମୀ ୪ରୁ ୫ ଦିନ ପଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ପାଗ ମୁଖ୍ୟତ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିପାରେ । କୁହୁଡି କିଛି କିଛି ସ୍ଥାନରେ ଦେଖା ଯିବାର ସମ୍ଭାବନା ରହିଛି । ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ୭.୪ ତାପମାତ୍ରା ରେକର୍ଡ ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ତାପପାତ୍ରା ୩୧.୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୭ ରହିଥିବା ବେଳେ ସର୍ବାଧିକ ତାମମାତ୍ରା ୩୦.୦ ଡିଗ୍ରୀ ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ ହୋଇଥିବା ବେଳେ ସର୍ବାଧିକ ତାମମାତ୍ରା ୨୭.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗିବାଡିରେ ୧୧.୦, କୋରାପୁଟ ୧୧.୫ ଓ ଭବାନୀପାଟଣାରେ ୧୨.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି l

LEAVE A REPLY

Please enter your comment!
Please enter your name here