ଶେଷ ହୋଇଛି ଗଞ୍ଜାମ ପ୍ରସିଦ୍ଧ ମେରୁଯାତ୍ରା

0
Oplus_131072

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ପବିତ୍ର ପଣା ସଂକ୍ରାନ୍ତି ଅବସରରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଛି ମେରୁଯାତ୍ରା । ଗତ ୨୧ ଦିନ ଧରି ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଆସୁଥିବା ଦଣ୍ଡନୃତ୍ୟ ମେରୁଯାତ୍ରାରେ ଉଦଯାପିତ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ କ୍ରମାଗତ ଭାବରେ ଦୈନିକ ଧୂଳିଦଣ୍ଡ , ପାଣିଦଣ୍ଡ , ଅଗ୍ନିଦଣ୍ଡ ଭଳି ୧୬ ପ୍ରକାର ବିଭିନ୍ନ ଦଣ୍ଡ ଭୋଗ କରି ଆସୁଥିବାବେଳେ ମେରୁ ଯାତ୍ରାରେ ଉକ୍ତ ମାନସିକଧାରୀ ଦଣ୍ଡୁଆଙ୍କ ବ୍ରତ ସମାପନ ହୋଇଥାଏ ।

Oplus_131072

ଚୈତ୍ର ମାସରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ମାନସିକଧାରୀ ଦଣ୍ଡଆଙ୍କ ନୃତ୍ୟରେ ଉତ୍ସବ ମୁଖର ହୋଇପଡିଥାଏ । ଏହି ଦଣ୍ଡନୃତ୍ୟ ମେରୁଯାତ୍ରାରେ ଉଦଯାପିତ ହୋଇଥାଏ । କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଥିବା ଗଞ୍ଜାମର ଏହି ଦଣ୍ଡନୃତ୍ୟ ଶେଷ ଦିନରେ ମେରୁ ସଂକ୍ରାନ୍ତି ଅବସରରେ ସମସ୍ତ ମାନସିକଧାରୀମାନେ ସଂପୂର୍ଣ୍ଣ ଉପବାସ ରହିଥାନ୍ତି । ଦଣ୍ଡନୃତ୍ୟ ଆରମ୍ଭରୁ ମା’ କାଳୀଙ୍କ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଉପବାସ ରହି ବ୍ରତ ପାଳନ କରୁଥିବା ଗୁହାରିଆଙ୍କୁ ଏହି ମେରୁ ପର୍ବରେ ଓଲଟାଇ ବନ୍ଧାଯିବା ସହ ତିନି ଥର ଝୁଲାଇବା ପରେ ଉଦଯାପିତ ହୋଇଥାଏ ଏହି ଦଣ୍ଡନୃତ୍ୟ । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାଳୀ ମନ୍ଦିରରେ ଆରମ୍ଭ ହୋଇଥିବା ଏହି ଦଣ୍ଡନୃତ୍ୟ ଶେଷରେ ଆଜି ଉଦଯାପିତ ହୋଇଛି ।

LEAVE A REPLY

Please enter your comment!
Please enter your name here