ଗଞ୍ଜାମ, ଶେରଗଡ଼ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚାଷୀଙ୍କର ବର୍ଷକର ଭାତହାଣ୍ଡିକୁ ବର୍ଷାଜଳ ସବୁ ଧୋଇଦେଇଚି। ଚାଷୀ ଏବେ ଚିନ୍ତାରେ କିଭଳି ଋଣଆଣି କରିଥିବା ଧାନ ଚାଷରୁ ଅର୍ଥପାଇ ଋଣ ସୁଜିପାରିବ। ନା ନିଜ ପରିବାରଙ୍କ ମୁହଁରେ ଆଗକୁ ଆଉ ଦାନା ଦେଇପାରିବ। ଧାନସବୁ ବର୍ଷା ଜଳରେ ବିଲରେ ଉବୁ ଟୁବୁ ହୋଇଥିବାବେଳେ ଦଇବ ଦାଉ ଉପରେ ଦାଉ ସାଜୁଚି। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ୍ ବାଦଗଡ଼ ଓ ବ୍ଳକ୍ ର କିଛି ଏରିଆରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚାଷୀର ବର୍ଷକର ଭାତହାଣ୍ଡି ରେ ପାଣି ପଶିଜାଇଛି ଆଉ ଦିନ କେଇଟାରେ ଘରକୁ ଆଣିଥାନ୍ତା ଏବିଧାତା ଏଭଳି କଲେଜେ ବର୍ଷା ମାଡେରେ ଧାନ ବିଲରେ ଭାଷୀଯାଉଛି ଆଉ ଯାହାକିଛି ଧାନ ଗଛଅଛି ତାହାସବୁ ଅଣ୍ଟାଭାଙ୍ଗି ପାଣିରେ ପଡ଼ିଛି ହେଲେ ଋଣକରି ଧାନଚାଷ କରିଥିବା ଚାଷୀ କିପରି ଋଣସୁଜିବ ତାହାକୁନେଇ ଏବେବଡ଼ ଚିନ୍ତାରେ ଚାଷୀ।