ସରିଲା ତୃତୀୟ ଦଫା ଲଢ଼େଇ : ଇଭିଏମରେ କଏଦ ହେଭିୱେଟଙ୍କ ଭାଗ୍ୟ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :-ସରିଲା ତୃତୀୟ ପର୍ଯ୍ୟାୟ ମତଦାନ। ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନ ପାଇଁ ପଡ଼ିଛି ଭୋଟ । ଇଭିଏମରେ ସିଲ୍ ହେଲା କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ମନସୁଖ ମାଣ୍ଡଭୀୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ। ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ବହୁ ଭିଭିଆଇପି ଆଜି ଭୋଟ୍ ଦେଇଛନ୍ତି। ସାଧାରଣ ନିର୍ବାଚନର ତୃତୀୟ ଚରଣ ପାଇଁ ପଡ଼ିଲା ଭୋଟ୍। ଇଭିଏମରେ ସିଲ୍ ହେଲା ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ, ମନସୁଖ୍ ମାଣ୍ଡଭିୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବିଭିନ୍ନ ଦଳର ବହୁ ହେଭୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।

ଗଣତନ୍ତ୍ରର ଏହି ମହାପର୍ବରେ ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ଏକ ବୁଥରେ ଭୋଟ୍ ଦେଇଥିଲେ। ବାହାରକୁ ଆସି କଳା ସ୍ୟାହି ଲଗା ଆଙ୍ଗୁଠି ଦେଖାଇଥିଲେ ମୋଦି। ମତଦାନ କରି ଫେରି ଯିବା ପୂର୍ବରୁ ବୁଥ୍ ନିକଟରେ ଅପେକ୍ଷାରତ ସାଧାରଣ ଲୋକମାନଙ୍କୁ ଭେଟିଥିଲେ, ଅଟୋଗ୍ରାଫ୍ ବି ଦେଇଥିଲେ। ତାସହିତ ମତଦାନ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ ହେବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ଅହମ୍ମଦାବାଦରେ ସପରିବାର ଭୋଟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଗୁଜରାଟ ଗାନ୍ଧିନଗରରୁ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି ଶାହ। ଆଜି ଗୁଜରାଟର ୨୫ ଲୋକସଭା ଆସନରେ ଭୋଟ ନିଆଯାଇଛି।ସକାଳୁ ସକାଳୁ ବିଭିନ୍ନ ବୁଥରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। ଯୁବ ଭୋଟରଙ୍କ ଭିତରେ ଜୋସ୍ ଭରି ରହିଥିଲା। ବୁଥ୍ ମୁହାଁ ହୋଇଥିଲେ ମହିଳା, ବୟସ୍କ, ଦିବ୍ୟାଙ୍ଗ ଭୋଟର। ବିଭିନ୍ନ ଦଳର ବହୁ ହାଇପ୍ରୋଫାଇଲ୍ ନେତା ମତଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here