ଛତ୍ରପୁର ( ବିପ୍ଲବୀ ପରିକ୍ରମା ):- ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇ ଏହା ଜୁନ୍ ୩୦ ତାରିଖ ରେ ସମାପ୍ତ ହେବ।ଏଥିଲାଗି ଦିନବେଳା ଯାତ୍ରା କମିଟିର ମ୍ୟାନେଜର ସି.ଏଚ୍. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଂଟ ମ୍ୟାନେଜର ସମରେନ୍ଦ୍ର ସେନାପତି ପତ୍ନୀ ଙ୍କ ସହ ଅସ୍ଥାୟୀ ମଣ୍ଡପ ରେ ପୂଜାର୍ଚନା କରିଥିଲେ ସନ୍ଧ୍ୟା ରେ ଯାତ୍ରା ଲାଗି ମାଙ୍କ ଅଂଜ୍ଞମାଳ ଆଣିବା ପାଈଁ ମା ରାମାୟାଣାମ୍ମା ଠାକୁରାଣୀଙ୍କ ମନ୍ଦିରକୁ ବିରାଟ ପଟୁଆରରେ ଯାଇଥିଲେ ମା ଙ୍କ ମସ୍ତକରୁ ଫୁଲ ଚାଙ୍ଗୁଡ଼ି ରେ ପଡିବା ପରେ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଥାଏ ମା ଶାଶୁ ଘରୁ ତାଙ୍କ ମାଙ୍କ ଘରକୁ ଯାଇଥାନ୍ତି ପ୍ରତ୍ୟେହ ଭୋର ସମୟରେ ଅସ୍ଥାୟୀ ମଣ୍ଡପ ରେ ମା’ଙ୍କ ଆରତୀ, ପରେ ଯାତ୍ରା ଦାତା ଓ ଅନ୍ନଭୋଗ ଦାତାଙ୍କ ପାଇଁ ଗୁଆ ଓ ଚାଉଳ ପୂଜା ହୋଇଥାଏ ଏହାପରେ ଦହି ଅନ୍ନ ଭୋଗ, ସନ୍ଧ୍ୟା ରେ ମଣ୍ଡା ଭୋଗ, ସନ୍ଧ୍ୟା ଆରତୀ ତତ୍ ସଙ୍ଗେ ସଙ୍ଗେ ମା’ଙ୍କ ଘଟ ନଗର ପରିକ୍ରମା କରିଥାଏ ପ୍ରତି ୨ ବର୍ଷ କୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି।