ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସରିଲା ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା । ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ପ୍ରଶ୍ନପତ୍ରକୁ ନେଇ ବେଶ୍ ସନ୍ତୋଷ ପ୍ରକାଶ କରିଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି । ମାତୃଭାଷାର ପ୍ରଶ୍ନପତ୍ର ଖୁବ୍ ଭଲ ଥିଲା ଓ ପରୀକ୍ଷା ଆଶାନୁରୂପ ହୋଇଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି କିନ୍ତୁ ପରୀକ୍ଷା ୯ ଟା ବେଳେ ଆରମ୍ଭ ହେଉଥିବା ବେଳେ ସକାଳ ସାଢେ ୭ ଟାରୁ ପରୀକ୍ଷା ହଲକୁ ପ୍ରବେଶ କରିବା ବ୍ୟବସ୍ଥାକୁ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି । ସେପଟେ ପରୀକ୍ଷା କେନ୍ଦ୍ର ବାହାରେ ଚେକିଂ ସଠିକ୍ ଭାବେ ହୋଇନଥିବା ବୋର୍ଡ ସଭାପତି କହିଛନ୍ତି ।
କେତେକ ପରୀକ୍ଷା କେନ୍ଦ୍ରରେ ସିଟିଂ ଆରେଞ୍ଜମେଣ୍ଟ ଠିକ୍ ଭାବେ ହୋଇନଥିବା ବୋର୍ଡ ସଭାପତି କହିଛନ୍ତି । ତେବେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୩ ହଜାର ୪୭ ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ସୁପରିଚାଳାଳା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବନ୍ଦୋବସ୍ତ କରିଛି । ପ୍ରଥମ ଥର ଲାଗି ମାଟ୍ରିକ ପରୀକ୍ଷା ପରିଚାଳନକୁ ୱାଚ୍ କରୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି । ସେପଟେ ମାଟ୍ରିକ୍ ପରୀକ୍ଷାକୁ ନିୟନ୍ତ୍ରଣ କରୁଛି ଏଆଇ କଣ୍ଟ୍ରୋଲ ରୁମ୍ । ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ କଣ୍ଟ୍ରୋଲ ରୁମ୍ ହୋଇଛି । ୭ ଟା ସ୍କ୍ରିନ୍ ଲାଗିଛି । ଯେଉଁଠାରୁ ପୁରା ରାଜ୍ୟର ୩ ହଜାର ୪୭ ଟି ପରୀକ୍ଷା କେନ୍ଦ୍ର ଉପରେ ନଜର ରହିବ । ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଏଆଇ କ୍ୟାମେରା ଦ୍ବାରା ଯୋଡ଼ାଯାଇଛି ।
ଏପରିକି କିଛି ପରୀକ୍ଷାକେନ୍ଦ୍ରରେ ସିଧାସଳଖ ଲାଇଭ୍ ଷ୍ଟ୍ରିମିଂର ବ୍ୟବସ୍ଥା ମଧ୍ୟ ହୋଇଛି । ତେବେ କପି ରୋକିବା ଲାଗି ବୋର୍ଡ ସ୍ତରରେ ୪୧ ଟି, ଡିଇଓ ଲେବଲରେ ୭୨ ଟି ସ୍କ୍ବାଡ୍, ଏହା ବ୍ୟତୀତ ଫ୍ଲାଇଙ୍ଗ ସ୍କ୍ବାଡ୍ ଏବଂ ସ୍ଥାନୀୟ ପ୍ରଶାସନ ସ୍ତରରେ ସ୍କ୍ବାଡ୍ ଗଠନ କରାଯାଇଛି । ପରୀକ୍ଷାର୍ଥୀମାନେ ଯେପରି ଚାପ ଏବଂ ଭୟ ମୁକ୍ତ ହୋଇ ପରୀକ୍ଷା ଦେଇପାରିବେ, ସେଥିଲାଗି କେନ୍ଦ୍ର ପରିଚାଳକମାନେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ।