ଆସିଲା ପ୍ରଥମ କଲରାପତରିଆ ବାଘ ରିପୋର୍ଟ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆସିଲା ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ । ଚଳିତ ଥର ନିଜସ୍ବ କଲରାପତରିଆ ଗଣନା କରିଛି ବନବିଭାଗ ।NTCA ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ଥିଲେ ୫୬୮ କଲରାପତରିଆ ବାଘ । ୨୦୧୮ ମସିହାରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ । ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । ମୋଟ୍ ୬୯୬ କଲରାପତରିଆ ବାଘ ଥିବା ଜଣାପଡ଼ିଛି ।ରାଜ୍ୟରେ ୪୭ଟି ଡିଭିଜନରେ କରାଯାଇଥିଲା ଗଣନା । “ମୟୂରଭଞ୍ଜ ଏବଂ କେନ୍ଦୁଝର ଡିଭିଜନରେ ପାଖାପାଖି ୨୦୦ ରୁ ଅଧିକ କଲରାପତରିଆ ବାଘ ଚିହ୍ନଟ କରାଯାଇଥିବାବେଳେ ଅନୁଗୋଳର ସାତକୋଶିଆ, ଦକ୍ଷିଣରେ ମହାନଦୀ ବନଖଣ୍ଡ, ଆଠ ମଲ୍ଲିକ, ବୌଦ୍ଧ, ନୟାଗଡ଼ ବନଖଣ୍ଡରେ ପାଖାପାଖି ୧୫୦ କଲରାପତରିଆ ବାଘ ଚିହ୍ନଟ କରାଯାଇଛି ।

ସେହିପରି ଦେବ୍ରିଗଡ ନିକଟରେ ୫୦ରୁ ଅଧିକ ବାଘ ଚିହ୍ନଟ କରାଯାଇଥିବାବେଳେ ୫୦ରୁ ଅଧିକ ରେଢ଼ାଖୋଲ ସମ୍ବଲପୁର ଆଦି ସ୍ଥାନରେ ଚିହ୍ନଟ ହୋଇଛି । ୫୦ରୁ ଅଧିକ ଖଇରିଆ ସୁନାବେଢ଼ା ଆଦି ସ୍ଥାନରେ ମଧ୍ୟ ଚିହ୍ନଟ ହୋଇଛି କଲରାପତରିଆ ବାଘ । ସେହିପରି ୨୦ରୁ ଅଧିକ ଢେଙ୍କାନାଳ କପିଳାସ ଆଦି ଆଖାପାଖ ସ୍ଥାନ ଗୁଡିକରେ କଲରାପତରିଆ ବାଘ ଚିହ୍ନଟ କରାଯାଇଛି” ବୋଲି କହିଛନ୍ତି ପିଶି ସି ଏଫ୍ ସୁଶାନ୍ତ ନନ୍ଦ । PCCF ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ, ସ୍ଵତନ୍ତ୍ର ଭାବେ କ୍ୟାମେରା ଟ୍ରାପ ବାଘ ଗଣନା ପାଇଁ ଜଙ୍ଗଲରେରାଜ୍ୟରେ ଯଦି ଜଙ୍ଗଲ ଠିକ ଭାବରେ ରହିବ ତେବେ ପାଖାପାଖି ୭୦୦ ରୁ ୮୦୦ କଲରାପତରିଆ ବାଘ ରହିପାରିବେ । ଶିମିଳିପାଳ ଅଂଚଳରେ କଲରାପତରିଆ ବାଘ ବଢିବା ବହୁତ୍ କମ ଅଟେ । ଏପଟେ ସାତକୋଶିଆ ବାଘ ଛାଡ଼ିବାର ଯୋଜନା ରହିଛି । ଏହି କାର୍ଯ୍ୟ ଖୁବଶୀଘ୍ର କରାଯିବାର ଲକ୍ଷ୍ୟ ରଖାଯାଇଛି । ଲଗାଯାଇଥିଲା। ଫଟୋ କ୍ୟାପଚର, ପାଦ ଚିହ୍ନ ଏସବୁକୁ ଦେଖିକି ହିସାବ କରାଯାଇଛି କଲରାପତରିଆ ବାଘ ସଂଖ୍ୟା।

LEAVE A REPLY

Please enter your comment!
Please enter your name here