ଶେଷ ହେଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ । ଫେବୃଆରୀ ୧୩ ତାରିଖକୁ ଆରମ୍ଭ ହୋଇ ୮ଦିନ ଧରି ଚାଲିବା ପରେ ଶୁକ୍ରବାର ଶେଷ ହୋଇଛି । ଆସନ୍ତା ମାର୍ଚ୍ଚ ୭ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ଶେଷ ଦିନରେ ବଜେଟ ଆଲୋଚନାରେ ଭାଗ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାର ଆଣିଥିବା ବଜେଟର ବିଭିନ୍ନ ଦିଗକୁ ନେଇ ନବୀନ ନିଜର ମତ ରଖିଥିଲେ । ବସ୍ତାନି ଭାରି କିନ୍ତୁ ପାଠ ଘର ଶୂନ ଭଳି ସଦୃଶ ହୋଇଛି ବୋଲି ସରକାରଙ୍କୁ କଟାକ୍ଷ କରିଥିଲେ ନବୀନ । ଏହାପରେ ନବୀନଙ୍କୁ ଉତ୍ତର ଦେଇ ପାଠ ଘର ଶୂନ ହେତୁ ଲୋକମାନେ ବିରୋଧୀ ଦଳରେ ବସାଇ ଉଚିତ ଜବାବ ଓଡ଼ିସାବାସୀ ଦେଇଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଶୁକ୍ରବାର ବଜେଟ ଆଲୋଚନା ଶେଷ ହେବା ପରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

 

ବିରୋଧୀ ଦଳ ସଭାପତି କହିଛନ୍ତି, “ଆମର ମିଶନ ଶକ୍ତି ମହିଳା ରାଜରାସ୍ତାରେ ବସିଛନ୍ତି । ଉପଯୁକ୍ତ ଦାବି ପୂରଣ କରିବା ପାଇଁ ଦାବି କରୁଛନ୍ତି । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଲକ୍ଷପତି ଦିଦିଙ୍କ ତାଲିକା ଗୃହରେ ପ୍ରଦାନ କରିବାକୁ ମୁଁ ବିଜେପି ସରକାରଙ୍କ ନିକଟରେ ଗତ ବକ୍ତବ୍ୟ ସମୟରେ ଦାବି କରିଥିଲି । ତାଲିକା ପ୍ରଦାନ କରିବା ବଦଳରେ ସରକାର ମିଶନ ଶକ୍ତି ପାଇଁ ଅର୍ଥ ହ୍ରାସ କରିଛନ୍ତି ସରକାର । ଓଡିଶା ଲୋକଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ଏହାକୁ ଏଡ଼ାଇବା ଲାଗି ବଜେଟରେ ସୁନ୍ଦର ସ୍ଲୋଗାନ ଦିଆଯାଇଛି । ଯାହା ବସ୍ତାନି ଭାରି କିନ୍ତୁ ପାଠ ଘର ଶୂନ ଭଳି ସଦୃଶ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି,ଅନ୍ନଦାତାଙ୍କ ପ୍ରତି କୌଣସି କାର୍ପଣ୍ୟତା ନଦେଖାଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ରେକର୍ଡ ୩୭ ହଜାର ୮ ଶହ ୩୮ କୋଟି ଟଙ୍କାର ବ୍ୟୟବରାଦ କରିଛୁ। ୨୦୩୬ସୁଦ୍ଧା ବାର୍ଷିକ ମାଛ ଉତ୍ପାଦନ ୩୩ ଲକ୍ଷ ମେଟ୍ରିକ ଟନ୍, ବାର୍ଷିକ ଅଣ୍ଡା ଉତ୍ପାଦନ ୧ ହଜାର କୋଟି ଏବଂ ଦୈନିକ କ୍ଷୀର ଉତ୍ପାଦନ ୧ ଶହ ୬୫ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।”

ଅନେକ ସମୟରେ ଦୁର୍ନୀତି ବିକାଶର ଗାଡିକୁ ଲକ୍ଷଚ୍ୟୁତ କରିଥାଏ। ଏହି ଦୁର୍ନୀତି ରୂପୀ ରାକ୍ଷସକୁ ସମ୍ପୂର୍ଣ୍ଣ ଭାବେ ଉପାଡିବାର ବେଳ ଆସିଛି। ଏଥିପାଇଁ ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧମ ଦେହି ଡାକରା ଦେଇଛନ୍ତି। ଦୁର୍ନୀତି ନିବାରଣ ପାଇଁ ଆଉ ଏକ ଅଭିନବ ପଦକ୍ଷେପ ଆମ ସରକାର ନେଇଛନ୍ତି । WorkPassbook ନିର୍ମାଣ କାର୍ଯ୍ୟ ଗୁଡିକରେ ବାଟମାରଣା ରୋକିବା ପାଇଁ ପ୍ରଥମ ଥର ପାଇଁ ସମସ୍ତ କାର୍ଯ୍ୟଗୁଡିକର ସବିଶେଷ ତଥ୍ୟ ରେକର୍ଡଭୁକ୍ତ ହୋଇ ସର୍ବସାଧାରଣଙ୍କପାଇଁ ଉପଲବ୍ଧ ରହିବ, ଯାହାଦ୍ୱାରା ଏହା ସ୍ଵଚ୍ଛତା ଆଣିବା ସହ ଅଧିକାରୀଙ୍କୁ ଉତ୍ତରଦାୟୀ କରିବ। ପ୍ରତ୍ଯେକ କାର୍ଯ୍ୟକୁ ଜିଓ ଟ୍ୟାଗିଙ୍ଗ କରାଯାଇ ଏସ୍ଟିମେଟ, ବିଲ ଓ କାର୍ଯ୍ୟ ପ୍ରକ୍ରିୟାର ସମସ୍ତ ଫଟୋ ମଧ୍ୟ ସେହି WorkPassbookରେ ଅପଲୋଡ କରାଯିବ। ଏହା ଦ୍ଵାରା ସମସ୍ତ ନିର୍ମାଣ କାର୍ଯ୍ୟରେ ପାରଦର୍ଶିତା ବୃଦ୍ଧି ପାଇବା ସହିତ ଦୁର୍ନୀତି ମଧ୍ୟ ଦୂରୀଭୂତ ହେବ। ଏହି ଅଭିନବ ପ୍ରୟାସ ଓଡିଶାରେ ସାରା ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବ। ”

ତେବେ ଆସନ୍ତା ୭ ତାରିଖରେ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ।

LEAVE A REPLY

Please enter your comment!
Please enter your name here