ଆରମ୍ଭ ହେଲା ପାଣି ମାଡ଼ 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ବିଧାନସଭା ଆଗରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ରାଜ୍ୟରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ କଂଗ୍ରେସ ଆହ୍ୱାନ କ୍ରମେ ଆଜି ହଜାର ହଜାର ଦଳୀୟ କର୍ମୀ ରାଜଧାନୀରେ ଏକତ୍ରୀତ ହୋଇ ବିଧାନସଭା ଘେରିବାକୁ ଯାଉଥିଲେ । ଭିଡ ଏତେ ଥିଲା କି, ପୋଲିସ ସମ୍ଭାଳିବା ଅସମ୍ଭବ ହୋଇଥିଲା । ଫଳରେ ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ କରିବା ସହ ଟିୟର ଗ୍ୟାସ ମଧ୍ୟ ଛାଡିଛି । ତଥାପି କଂଗ୍ରେସ କର୍ମୀମାନେ ଭୟଭୀତ ନହୋଇ ପୋଲିସ ତରଫରୁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ମାଡି ଚାଲିଛି । ପାଣିମାଡ ଓ ଟିୟର ଗ୍ୟାସରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ନଦେଇ ପୋଲିସକୁ ସାମ୍ନା କରିଛି । କିଛି ଦଳୀୟ ନେତାଙ୍କୁ ସକାଳୁ ପୋଲିସ ଘରୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖିଛି ।

ଅନ୍ୟପଟେ ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କଲା ପୋଲିସ । ପୋଲିସ ଉପରକୁ କଂଗ୍ରେସକର୍ମୀଙ୍କ ପଥରମାଡ଼ ହୋଇଛି । ଚେୟାର ସହ ବୋତଲ ଫିଙ୍ଗିଛନ୍ତି କର୍ମୀ । ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତମାନ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ କରୁଛି ପୋଲିସ । ପୋଲିସ୍‌ଙ୍କ ଉପରକୁ କର୍ମୀ ଢ଼େଲା ଏବଂ ଚେୟାର ଫିଙ୍ଗିଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି l ତେବେ ସ୍ଥିତି ସୁଧୀରବ ନା ଏଭଳି ଅଣାୟତ୍ତ ସ୍ଥିତି ଲାଗିରହିବ ତାହା ଆଗକୁ ଜଣାପଡିବ l

LEAVE A REPLY

Please enter your comment!
Please enter your name here