ବିପ୍ଲବୀ ପରିକ୍ରମା ଡିଜିଟାଲ :- ଜାନୁଆରୀରେ ମିଳିବ ‘ସୁଭଦ୍ରା ଯୋଜନା’ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ଭେରିଫିକେସନ୍ ପ୍ରକ୍ରିୟା ଡିସେମ୍ବର ୩୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିବ । ଆମେ ପ୍ରସ୍ତୁତି ପଛରେ ଅଛୁ । ଆମେ ସମସ୍ତଙ୍କୁ ସୁଯୋଗ ଦେବୁ । ଘରେ ଘରେ ଅଙ୍ଗନବାଡ଼ି ଦିଦି, ଆରଆଇ ଯାଞ୍ଚ କରୁଛନ୍ତି । ଜାଗା ଜମି ପାଇଁ ଯାହା ସମସ୍ୟା ଅଛି ଏହାର ଯାଞ୍ଚ ପାଇଁ ୩୦ ତାରିଖ ଟାର୍ଗେଟ ରଖାଯାଇଛି । ବିଭିନ୍ନ ସମସ୍ୟା ପାଇଁ ଯାଞ୍ଚ ପ୍ରକ୍ରିୟାରେ ସମୟ ଲାଗୁଛି । ଯାଞ୍ଚ ସରିଗଲେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ସୁଭଦ୍ରା ଯୋଜନା ୪ର୍ଥ ପର୍ଯ୍ୟାୟ ଟଙ୍କା ଦିଆ ସରିବା ପରେ କିଛି ଲୋକ ଯଦି ଭୁଲରେ ଟଙ୍କା ନେଇଯାଇଥିବେ ତେବେ ସେମାନଙ୍କ ଉପରେ କ’ଣ ବ୍ୟବସ୍ଥା କରାଯିବ ତାହା ଆଗକୁ ଦେଖାଯିବ l