ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ( ସୋମବାର )୫ ଘଣ୍ଟା ବନ୍ଦ ରହିବ ଶ୍ରୀବିଗ୍ରହମାନଙ୍କ ସାଧାରଣ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଶ୍ରଦ୍ଧାଳୁ ଏହି ସମୟ ପାଇଁ ଦର୍ଶନରୁ ବଞ୍ଚିତ ରହିବେ l ସୂଚନାଯୋଗ୍ୟ ,ଆଜି ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ଘ.୯.୦୦ ଟିକା ଠାରୁ ବିଳମ୍ବିତ ରାତ୍ର ଘ.୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।