ବିକ୍ଳଵୀ ପରିକ୍ରମା ବ୍ୟୁରୋ :- ମିଗଜୋମ ପ୍ରଭାବରେ ତିନି ଦିନ ଧରି ଲାଗି ରହିଥିବା ଝିପି ଝିପି ବର୍ଷା ରେ ଧାନ ଓ ପରିବା ଚାଷ ପ୍ରଭାଭିତ ହୋଇଛି l ଏ ଯାଏଁ ଜମିରେ ଧାନ କଟା ହୋଇ ପଡି ରହିଥିବା ବେଳେ ଅନେକ ସ୍ଥାନରେ ବିଲରୁ ପାଣି ମଧ୍ୟ ଛାଡି ନାହିଁ l କଞ୍ଚା ଓଦା ଧାନ କୁ ଚାଷୀ ଖରାକୁ ଅପେକ୍ଷା କରି ରହିଛି l ଦୁଇ ତିନି ଦିନ ଭିତରେ ଯଦି ଓଦା ଧାନ ନ ସୁଖେ ତାହା ହେଲେ ଗଜା ହେବା ସମ୍ଭାବନା ରହିଛି l
ଏଭଳି ପରିସ୍ଥିତି ରେ ଚାଷୀ ଏକ ପ୍ରକାର ହତାଶ ହୋଇ ପଡ଼ିଥିବା ଅନୁମାନ କରାଯାଉଛି lବର୍ଷା ଆରମ୍ଭ ରୁ ଚାଷ କାର୍ଯ୍ୟ ପାଇଁ ସଠିକ ସମୟରେ ବର୍ଷା ନ ହେବାରୁ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇ ଥିଲା l ତଥାପି ଚାଷୀ ଚାଷ କାମ କରି ଧାନ ବୁଣା କରି ଅମଳ ଆଶା ରଖିଥିଲା l ଅମଳ ବେଳକୁ ଅଦିନିଆ ବର୍ଷା ମିଗଜୋମ ର ପ୍ରଭାବ ଆଦାୟ ବେଳକୁ ଏବେ କ୍ଷତି ସହିବ ଚାଷୀ l ବର୍ଷ ତମାମ ଘର ଚଳିବ କେମିତି ଆଉ ଋଣ ସୁଝିବ କେମିତି ତାହା ଏବେ ଚାଷୀଙ୍କ ମୁଣ୍ଡରେ ଚଢ଼କ l କୃଷି ବିଭାଗ ପକ୍ଷରୁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା ଅନୁମାନ କରାଯାଉଛି।ଏସ ଆର ସି ର ନିର୍ଦ୍ଧେଶ ପ୍ରକାରେ ଆସନ୍ତା ୯ ତାରିଖରେ ରାଜସ୍ୱ ବିଭାଗ ଏବଂ କୃଷି ବିଭାଗ ପକ୍ଷରୁ ଯୁଗ୍ମ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ l