ସୁବର୍ଣ୍ଣପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଧ୍ୟାପକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଭିଭାବକ । ସୁବର୍ଣ୍ଣପୁର ଜିଲ୍ଲା କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଧାଂଶୁ ଶେଖର ପଧାନ ବିଭିନ୍ନ ସମୟରେ କଲେଜର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ତା ସହ ସେ ଜଣେ ସରକାରୀ ଅଧ୍ୟାପକ ହୋଇଥିଲେ ହେଁ ବେଆଇନ କୋଚିଙ୍ଗ ସେଣ୍ଟର୍ କରି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । କେବଳ ସେତିକି ନୁହେଁ ତାଙ୍କ ପାଖକୁ ପଢ଼ି ନଗଲେ ଛାତ୍ରଙ୍କୁ ଧମକ ଓ ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ସଂପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରିବାକୁ ସେମାନେ ଦାବି କରିଛନ୍ତି । ନଚେତ୍ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ନିମ୍ନଗାମୀ ହେବ ବୋଲି କହିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି ।