ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭୀଷଣ ଗରମରେ ହନ୍ତସନ୍ତ ରାଜ୍ୟବାସୀ । ଏବେଠୁ ପାରଦ ଉପରମୁହାଁ ହେବାକୁ ଲାଗିଛି । ସେପଟେ ୩ ଦିନରେ ପୁଣି ତାତି ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଥିବାବେଳେ ଚିନ୍ତା ବଢିଛି । ୨ ରୁ ୪ ଡିଗ୍ରୀ ବଢିପାରେ ତାପମାତ୍ରା । କିଛି ଜିଲ୍ଲାକୁ ଘନ କୁହୁଡିକୁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, “୩ ଦିନରେ ପୁଣି ବଢିବ ତାତି । ଗତ ଦୁଇ ଦିନ ହେବ ରାଜ୍ୟରେ ଗରମ ଅନୁଭୂତ ହେଉ ଥିବାବେଳେ ଟାଣ ଖରାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ହେଲେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ପୁଣି ଦେଖିବାକୁ ମିଳିପାରେ ଟାଇଁ ଟାଇଁ ଖରା । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।” ତେବେ ଖରାର ପ୍ରକୋପ କମ ରହିଥିବାବେଳେ ଅସ୍ତବ୍ୟସ୍ତ କରିବ କୁହୁଡି । ଦୁଇ ଦିନ ଯାଏ ଘନ କୁହୁଡି ସତର୍କତା ଜାରି କରିଛି ପାଣିପାଗ ବିଭାଗ ।