କୋଠାର ଅନୁମୋଦନ ପାଇଁ ୪୦୦୦ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜୁନିଅର ଇଞ୍ଜିନିୟର

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ); ଭିଜିଲାନ୍ସ ଜାଲରେ ଗଂଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଇଞ୍ଜିନିୟର । ଜଣେ ଅଭିଯୋଗକାରୀଙ୍କ ପିତାଙ୍କ ସପକ୍ଷରେ କୋଠାର ଅନୁମୋଦନ ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ଏନ୍‌ଏସିର ଇଞ୍ଜିନିୟରଙ୍କୁ ଭିଜିଲାନ୍ସ ଧରିଛନ୍ତି । ଅଭିଯୁକ୍ତ ଇଞ୍ଜିନିୟର ହେଲେ ସାଗରିକା ମହାନ୍ତି। ଏକ କୋଠାର ଅନୁମୋଦନ ପାଇଁ ଶ୍ରୀମତୀ ମହାନ୍ତି ଲାଞ୍ଚ ଟଙ୍କା ମାଗିଥିଲେ। ଏହି ଲାଞ୍ଚ ଟଙ୍କା ଗ୍ରହଣ କରିବାର ଅଳ୍ପ ସମୟ ପରେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଶ୍ରୀମତୀ ମହାନ୍ତିଙ୍କ ଠାରୁ ଭିଜିଲାନ୍ସ ଟିମ୍‌ ୪୦୦୦ ଟଙ୍କା ଜବତ କରିଥିଲେ। ଏହି ଘଟଣା ପରେ ଭିଜିଲାନ୍ସ ଟିମ୍‌ ଶ୍ରୀମତୀ ମହାନ୍ତିଙ୍କ ଠିକଣାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here