୨୦୨୪ର ଶେଷ କବିତା ଆସର ଅନୁଷ୍ଠିତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସହର ର ସ୍ଥାନୀୟ ଶାନ୍ତି ନଗର ସ୍ଥିତ ମହିଳା ଗୋଷ୍ଟି କେନ୍ଦ୍ର ଠାରେ ବ୍ରହ୍ମପୁର ସାହିତ୍ୟ ପରିଷଦ ତରଫରୁ ଇଂରାଜୀ ବର୍ଷ ୨୦୨୪ର ଶେଷ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟକବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ସୁଦ୍ଧାଞ୍ଜଳି ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଉଦ୍ଘାଟକଭାବେ ବରିଷ୍ଠ କବି ଓ ନାଟ୍ୟକାର ଶ୍ରୀଯୁକ୍ତ ଯାମିନି କାନ୍ତ ଦାଶ ପ୍ରଦୀପ ପ୍ରଜ୍ଵଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବର୍ଷର ଶେଷ ତଥା ଏହିପରି କବିତା ଆସର କବିମାନଙ୍କୁ ପ୍ରେରଣା ଦେଇଥାଏ ବୋଲି ବକ୍ତବ୍ୟ ରଖିଥିଲେ। ସଂସ୍କୃତି ପ୍ରେମୀ ଶ୍ରୀଯୁକ୍ତ ଗଙ୍ଗାଧର ମହାକୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସଂଯୋଜିକା ମଧୁସ୍ମିତା ସାହୁଙ୍କୁ ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ କବି ନନ୍ଦିନୀ ମହାରଣା ,ବିଜୟ ମିଶ୍ର ,ଦୀପ୍ତି ଲେଖା ମିଶ୍ର ,ବୃନ୍ଦାବନ ପଣ୍ଡା ,ସୁନୀଲ କୁମାର ପ୍ରଧାନ , କବି ପ୍ରମୋଦ ପଣ୍ଡା , ମିହିର ରଥ ଶର୍ମା , ବିଜୟ ମିଶ୍ର, ସସ୍ମିତା ପାଣିଗ୍ରାହୀ ,ସୁଧଞଳି ମିଶ୍ର ,ମନୋଜ କୁମାର ପାଢ଼ୀ ,ସରୋଜିନୀ ସାହୁ ,ଲଷ୍ମୀ ଆମା ନନ୍ଦଡ଼ା ,ଜୋତ୍ସ।ପାଣି , ସ୍ୱର୍ଣ୍ଣମୟୀ ପାଢ଼ୀ ସହ ଅନେକ କବି ନିଜ ନିଜ ସ୍ୱରଚିତ କବିତା ପାଠ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ପ୍ରଫୁଲ୍ଲ ତ୍ରିପାଠୀ ,ଶ୍ରୀମତୀ ଦୀପ୍ତିମିତା ମହାପାତ୍ର ସଞ୍ଚାଳନ କରିଥିବା ବେଳେ ସମ୍ପାଦକ ବି.ସତ୍ୟମ୍ ଆଚରି ଉପସଂହାର କରିଥିଲେ ।

LEAVE A REPLY

Please enter your comment!
Please enter your name here