ଶ୍ରୀ ମନ୍ଦିର ଚାରିପାଖରେ ପୁଣି ଲାଗିଲା ଲାଇଟ

0
Oplus_131072

ପୁରୀ ( ବିପ୍ଲବୀ ପରିକ୍ରମା ):- ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ପୁଣି ଲାଗିଲା ଲାଇଟ । ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ପରେ ପୁଣି ଲାଇଟ୍ ଲଗାଇଛି ।ରାଜ୍ୟରେ ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଲୋକୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ରାତାରାତି ଲାଇଟ୍ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ଆଜି (ଶନିବାର) ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ହସ୍ତକ୍ଷେପ ପରେ ପୁଣି ଲାଇଟ୍ ଲଗାଇଛି ।

ଶ୍ରୀମନ୍ଦିର ଉପରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରିଥିବା ଏଜେନ୍ସି ହଠାତ୍ କୌଣସି ସୂଚନା ନ ଦେଇ ଲାଇଟ୍ ଗୁଡିକ କାଢିନେବାକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ପରେ ମୁଖ୍ୟ ଶାସନ ସଚିବ ଏଥିରେ ହସ୍ତକ୍ଷେପ କରିଥିଲେ । ତୁରନ୍ତ ପୂର୍ବ ଭଳି ଶ୍ରୀମନ୍ଦିର ଉପରକୁ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯିବାକୁ ପୁରୀ ଜିଲ୍ଲା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ଏଥି ସହିତ କିଭଳି ପ୍ରଶାସନକୁ କୌଣସି ସୂଚନା ଦିଆ ନ ଯାଇ ଲାଇଟ କଡ଼ାଗଲା, କିଏ ଏହି କାର୍ଯ୍ଯ କରିଛି ତାହାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ତେବେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଆସିବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ଲାଇଟ୍ ଏଜେନ୍ସି ୪ ଜଣଙ୍କୁ ପୋଲିସ ଅଟକ ରଖିଛି ।ତେବେ ପୁରୀ ଜିଲ୍ଲାପାଳଙ୍କ କହିବା ଅନୁସାରେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ପାଇଁ ଏହି ଲାଇଟ୍ ବ୍ୟବସ୍ଥା ହୋଇଥଲା । ଶ୍ରୀମନ୍ଦିର ସିଂହଦ୍ଵାର, ଗାଣ୍ଡୁଆ ଚଉରା ଛକରେ ଉଚ୍ଚ ମାନର ଉଜ୍ଜ୍ବଳ ଆଲୋକ ପାଇଁ ଲାଇଟ୍ ବ୍ୟବସ୍ଥା ହୋଇଥିଲା । ଯେଉଁ ଲାଇଟ୍ ଦ୍ଵାରା ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଦୃଶ୍ୟ ରାତିରେ ସ୍ପଷ୍ଟ ଭାବେ ଦେଖା ଯାଉଥିଲା । ଯାହାକି ବେଶ୍ ଆକର୍ଷଣୀୟ ଦେଖାଯାଉଥିଲା ।

ଗତ ଗୁରୁବାର ଲାଇଟ୍ ଲଗାଇବା ଦାୟିତ୍ଵ ନେଇଥିବା ସଂସ୍ଥା ପ୍ରଶାସନକୁ କୌଣସି ସୂଚନା ନ ଦେଇ ଲାଇଟ୍ କାଢି ନେଇଥିଲେ । ଫଳରେ ଶ୍ରୀମନ୍ଦିର ଅନ୍ଧକାରରେ ରହିଥିଲା ।ଯାହାକୁ ନେଇ ଭକ୍ତ ଓ ସେବାୟତ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ପୁଣି ଶ୍ରୀମନ୍ଦିରକୁ ରାତିରେ ଉଜ୍ଜ୍ବଳ ଆଲୋକରେ ଆଲୋକିତ କରିବା ପାଇଁ ଏକ ନୂଆ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି । ପୂର୍ବରୁ ଯେଉଁ ସ୍ଥାନରେ ଲାଇଟ୍ ଲହାଯାଇଥିଲା ସେ ସ୍ଥାନରେ ଲାଇଟ୍ ଲଗାଯାଇଛି । ସେପଟେ କୌଣସି ସୂଚନା ନ ଦେଇ ଲାଇଟ୍ ନେଇ ଯିବାରୁ ସେବାୟତ ସମାଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here