କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମାଣିକ ଛକ ଠାରୁ ଫ୍ଲିମ ହୋଲ୍ ଛକକୁ ଲମ୍ବିଥିବା ରାସ୍ତା ପଶୁ ଡାକ୍ତର ଖାନା ନିକଟରେ ଥିବା ପୋଲଟି ହଠାତ୍ ଦବି ଯିବା ଫଳରେ ଏକ ଅଟୋ ସହିତ ବାଇକ୍ ର ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉଭୟ ଚାଳକ । ତେବେ ମାତ୍ରା ଦୁଇ ହେବ ଏହି ରାସ୍ତାଟି ଠିକଦାର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମରାମତି ହୋଇଥିଲେ ମଧ୍ୟ ପାଣିରେ ପଡିଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ବାଲି ବୋଝେଇ ହାୱା, ଟ୍ରାକ୍ଟର, ଲୁହା ସିମେଣ୍ଟ ବଝେଇ ଭାରି ଟ୍ରକ ମାତ୍ରାଧିକ ଗାଡ଼ି ଯାତାୟତ ଯୋଗୁଁ ବଡ଼ ଖାଲ ହୋଇ ରାସ୍ତା ମରଣଯନ୍ତା ପାଲଟି ଯାଇଛି। ଏହି ମୁଖ୍ୟ ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଚଳାଚଳ ହେଉଥିବାରୁ ଗାତରେ ଗାଡି ପଡି ବହୁ ସମୟରେ ଦୁର୍ଘଟଣା ଘଟୁଥିବାରୁ ସାଧାରଣ ନିରୀହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ଯାତ୍ରୀମାନେ ଅଭିଯୋଗ ଉଠାଇଛନ୍ତି ।
ଆଗକୁ ନୂତନବର୍ଷ ଆସୁଥିବାରୁ ବହୁ ଲୋକ ଏହି ରାସ୍ତା ଦେଇ ଯିବାଆସିବା କରିବେ , ବହୁ ଜନଗହଳି ପୂର୍ଣ୍ଣ ଏହି ରାସ୍ତାରେ ଗାଡି ଦୁର୍ଘଟଣା ହେବାର ସମ୍ଭାବନା ରହିଥିବା ବେଳେ, ଦୈନିକ ଏହି ରାସ୍ତା ଦେଇ ରାସ୍ତା ବିଭାଗର ଅଧିକାରୀ ଯାଉଥିଲେ ମଧ୍ୟ ସବୁ ଦେଖି ନ ଦେଖିଲା ଭଳି ହେଉଛନ୍ତି ଅଧିକାରୀ । ସେହିପରି ପୂର୍ତ୍ତ ବିଭାଗର ସମ୍ମୁଖରେ ଥିବା ଏକ ପୋଲଟି କିଛି ବର୍ଷ ହେବ ଜାମ ହୋଇଯାଇଛି ଯାହା ଫଳରେ ହାଲକା ବର୍ଷା ହେଲେ ରାସ୍ତା ଉପରେ ଡ୍ରେନ ପାଣି ଯାଉଛି ଏହି ଡ୍ରେନ ଟି କରଞ୍ଜିଆ ମୁଖ୍ୟ ଚିକିତ୍ସାଳୟ କୁ ସଂଯୋଗ କରୁଥିବାରୁ ଚିକିତ୍ସାଳୟ ସମ୍ମୁଖରେ ଥିବା ଲ୍ୟାବ୍ରେଟରୀ ଦୋକାନ ଗୁଡ଼ିକ ଇଞ୍ଜେକସନ ,କାଚ ଗୁଡ଼ିକ ଡ୍ରେନ୍ ରେ ପକେଇବା ହେତୁ ଭାସି ଆସି ରାସ୍ତା ଉପରେ ପଡ଼ିଥାଏ ।ଫଳରେ ଗାଡ଼ି ଗୁଡ଼ିକ ପମ୍ଚର୍ ହେବା ସହିତ ଲୋକ ମାନଙ୍କର ଗଡରେ ପସି ରକ୍ତାକ୍ତ ହୋଇଥାନ୍ତି। ତେବେ ଏହି ପୋଲଟି ଜାମ ହେବ ଦ୍ଵାରା ଡ୍ରେନ ପାଣି ନିଷ୍କାସନ ହୋଇପାରୁ ନାହିଁ। ପାଣି ଜାମ ହୋଇ ଦୁର୍ଗନ୍ଧ ହୋଉଛି। ଏବଂ ମଶା ମାନଙ୍କର ବଂଶ ବୃଦ୍ଧି ହେବା ଫଳରେ ଡେଙ୍ଗୁ ହେବାର ଆଶଙ୍କା ରହିଛି। ଗୋଟିଏ ପଟେ ଡେଙ୍ଗୁ ରୋକିବା ପାଇଁ ସରକାର କଟିକଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ଏଠି ଓଲଟା ଦେଖିବା କୁ ମିଳିଛି। ରାସ୍ତା ଉପରେ ଖାଲ ହୋଇଥିବା ସ୍ଥାନଟି ପୂର୍ତ୍ତ ବିଭାଗର କାର୍ଯ୍ୟାଳୟ ର କିଛି ଦୂରରେ ଏବଂ ଜାମ ରହିଥିବା ପୋଲଟି ପୂର୍ତ୍ତ ବିଭାଗର କାର୍ଯ୍ୟାଳୟର ସମ୍ମୁଖରେ ଥିଲେ ସୁଦ୍ଧା ସବୁ ଦେଖି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ତେବେ ଏହି ରାସ୍ତା ଏବଂ ପୋଲଟି ର ପୁର୍ଣ୍ଣ ଉଦ୍ଧାର ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି l