ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମଜିଲ୍ଲା ପୋଲସରା ନିର୍ବାଚନ ମଣ୍ତଳିରେ ମା”ସିହାଂସନି ଙ୍କ ଶକ୍ତି ପିଠରୁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଜି ବୁଗୁଡା ବ୍ଳକ ସ୍ଥିତ ଅନ୍ତରପଡା ପଞ୍ଚାୟତ ସ୍ତିତ ମା”ସାଙ୍କୁଳାଇ ଶକ୍ତି ପିଠରୁ ବିଜେଡିର ପ୍ରଚାର ଆରମ୍ଭ ହୋଇଛି , ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତସାହୁ ଙ୍କ ସମେତ ଗାଁଗାଁରେ ଭୋଟର ମାନେ ମଧ୍ୟ ପ୍ରଚାର ରେ ସାମିଲ୍ ହୋଇ ପ୍ରଚାର କରୁଛନ୍ତି !ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପୋଲସରା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖି ଲଢ଼େଇ ହେବା ଆଶଙ୍କା କରାଯାଉଛି । ନିର୍ବାଚନ ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଙ୍ଗ୍ରେସ , ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବାର ଆଭାସ ମିଳୁଥିବା ବେଳେ, ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତିନି ଦଳର ପ୍ରାର୍ଥୀ ।
ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନେ ଭୋଟରଙ୍କୁ ହାତେଇବା ପାଇଁ ଦେଇ ଚାଲିଛନ୍ତି ପ୍ରତିଶ୍ରୁତି ।ପୋଲସରା ନିର୍ବାଚନ ମଣ୍ତଳିର ବୁଗୁଡା ଓ ପୋଲସରା ଦୁଇଗୋଟି ବ୍ଳକ ରହିଥିବା ବେଳେ ଏବେ ଗାଁଗାଁରେ ଚାଲିଛି ନେତାଙ୍କ ନିର୍ବାଚନି ପ୍ରଚାର , ଆଉ ମାତ୍ର ହାତ ଗଣତି ର କେତେଦିନ ବାକି ରହିଥିବା ବେଳେ ଏବେ ଠାରୁ ଭୋଟର ମାନେ ନିଜର ବହୁମୁଲ୍ଯ ମତଦାନ କରିବା ପାଇଁ ମନଭିତରେ ମନସ୍ଥ ନେତାଙ୍କୁ , ସକାଳୁ ସନ୍ଧ୍ଯା ଜାଏଁ ଚାଲୁଛି ନେତାଙ୍କ ନିର୍ବାଚନର ପ୍ରଚାର ! ପ୍ରଚାରରେ ଏବେ ଗାଁଗାଁ ବାସିଲାଣି ନିର୍ବାଚନି ନିର୍ବାଚନି !
ପ୍ରଚାର ସମୟରେ ଭୋଟର ମାନଙ୍କ ଠାରୁ ଭୋଟ ହାତେଇବା ଆସାନେଇ କିଏ ରାଜ୍ୟର ନୀତିବାଣି ବଖାଣୁଛି ତ, ଆଉ କିଏ କେନ୍ଦ୍ରର ନୀତିବାଣି ଶୁଣାଉଛି । ତେବେ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଦୀର୍ଘ ୧୦ ବର୍ଷ ଧରି ବିଜେଡି ଦଖଲରେ ରହିଥିବାବେଳେ, ଚଳିତ ନିର୍ବାଚନରେ ମଧ୍ୟ ତୁତୀୟ ଥର ଆସନ ପାଇବାର ଆସା ନେଇ ଏବେ ବିଜେଡି ତାର ସ୍ଥିତି ବଜାୟ ରଖିବାକୁ ଅହରହ ଉଦ୍ୟମ ଆରମ୍ଭ କରିଛି ।
ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ଲଗାତାର୍ ତୃତୀୟ ଥର ପାଇଁ ଟିକଟ୍ ପାଇ ହ୍ୟାଟ୍ରିକ୍ କରିବା ଆଶା ରଖିଥିବାବେଳେ, ବିଜେଡିକୁ ମାତ୍ ଦେଇ ବିଜେପି ତାର ବିଜୟ ବାନା ଉଡାଇବା ପାଇଁ ଆରମ୍ଭ କରିଛି ନିଜର ରଣକୌଶଳ । ସେପଟେ, କଙ୍ଗ୍ରେସ ମଧ୍ୟ ଚୁପ୍ ହୋଇ ରହିନାହିଁ । ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଗାଁଗା କୁ ଜାଇ ଲୋକଙ୍କ ନିକଟତର ହୋଉଛି , କଙ୍ଗ୍ରେସ ତାର ଗଡ଼ ସଜାଡିବାରେ ମଧ୍ୟ ଲାଗିପଡିଥିବା ଦେଖିବାକୁ ମିଳୁଛି ।