The mass burial was organized by Kahnah Charitable Trust

0

କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେଲା ସାମୁହିକ ବ୍ରତପନୟନ

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହିଲପଟଣା ସ୍ଥିତ ସିଦ୍ଧି ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସାମୁହିକ ବ୍ରତପନୟନ ଆୟୋଜିତ ହୋଇଥିଲା।ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଅନଗ୍ରସ ରେ ରହିଥିବା ୬ ଗୋଟି ବ୍ରାହ୍ମଣ ପରିବାରର ଶିଶୁ ବ୍ରହ୍ମଚାର୍ଯ୍ୟ ଗ୍ରହଣ କରିବା ପାଇଁ ଆୟୋଜନ କରାଯାଇଥିଲା।ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬ ଜଣ ବ୍ରାହ୍ମଣ ଶିଶୁଙ୍କ ବ୍ରତପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିପାଇଁ ରୀତିନୀତି ଅନୁଯାୟୀ ପଣ୍ଡିତ ମାନଙ୍କ ଦ୍ୱାରା ୧୦କର୍ମ କରିବା ସହିତ ବ୍ରହ୍ମଚାର୍ଯ୍ୟ ଙ୍କୁ ପଇତା ଗ୍ରହଣ କରାଯାଇଥିଲା।ଅତିଥିଭାବେ ବିଜେଡି ଜିଲ୍ଲା ସଭାପତି ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧକ୍ଷ ସୁବାଷ ଚନ୍ଦ୍ର ମୋହରଣା ଯୋଗଦେଇ ବ୍ରହ୍ମଚାରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଟ୍ରଷ୍ଟ ର ପ୍ରତିଷ୍ଠାତ୍ରୀ ରଞ୍ଜନା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ପୂର୍ବରୁ ଗରିବ ପରିବାର ପୁଅ ଝିଅ ଙ୍କ ବାହାଘର କରାଯାଇଥିଲା ବେଳେ ଆଜି ସାମୁହିକ ବ୍ରତପନୟନ ଆୟୋଜନ କରାଯାଇଛି।ଟ୍ରଷ୍ଟ ର ସଦସ୍ୟ ଏବଂ କିଛି ବୈଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କ୍ରମେ ଏହା ସମ୍ଭବ ହୋଇପାରିଛି ବୋଲି ରଞ୍ଜନା ମିଶ୍ର କହିଛନ୍ତି। ଏହି ଅବସରରେ ରବୀନ୍ଦ୍ର ମିଶ୍ର, ସୋନାମ ଦାସ,ବିଶ୍ଵନାଥ ପାତ୍ର, ଅରୁଣ ପାଢ଼ୀ, ପ୍ରୀତମ ଚାନ୍ଦ ତ୍ରିପାଠୀ, ପ୍ରଦୀପ କୁମାର ସେଠୀ, ବିଜୟ କୃଷ୍ଣ ମହାନ୍ତି, ରାଗିଣୀ ସାହ, ଗୀତାଞ୍ଜଳି ସ୍ୱାଇଁ ଙ୍କ ସମେତ ବହୁ ସଦସ୍ୟ ବ୍ରତ ପରିଚାଳନା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here