ଆସିଲା ମାଟ୍ରିକ୍‌ ଆଡମିଟ କାର୍ଡ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚଳିତ ବର୍ଷର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହୋଇଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ଆଡମିଟ କାର୍ଡ ମିଳିବ । ମାଟ୍ରିକ୍‌ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡ ୱେବସାଇଟରୁ ଉପଲବ୍ଧ ହୋଇଛି। ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଏବଂ ପାସୱାର୍ଡ ଦେଇ www.bseodisha.ac.in ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ଛାତ୍ରଛାତ୍ରୀମାନେ ନିଜ ନାମ ଏବଂ ବାପାଙ୍କ ନାମ ବୋର୍ଡ ୱେବସାଇଟରେ ଦାଖଲ କରି ଆଡ୍‌ମିଟ୍ କାର୍ଡ ପାଇପାରିବେ।

LEAVE A REPLY

Please enter your comment!
Please enter your name here