କଡା ସୁରକ୍ଷାରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା l ଏଥିପାଇଁ ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଥିବା ସମସ୍ତ ପରୀକ୍ଷା କେନ୍ଦ୍ର ରେ ବ୍ୟାପକ ବ୍ୟବସ୍ଥା ହୋଇଛି l ପରୀକ୍ଷାର୍ଥୀ ମାନେ ନିଜ ନିଜ ପରୀକ୍ଷା କେନ୍ଦ୍ରରେ ସାଢେ 7 ଟାରେ ପ୍ରବେଶ କରିଛନ୍ତି l କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ଉତ୍ସାହିତ ଅଛନ୍ତି ଛାତ୍ର ଛାତ୍ରୀ l ପ୍ରଥମ ଦିନ ଏମଆଇଏଲ ପରୀକ୍ଷା ଥିବାବେଳେ ପ୍ରସ୍ତୁତି ହୋଇ ଆସିଥିବା କହିଛନ୍ତି ଛାତ୍ରଛାତ୍ରୀ l ମୋହନା ବ୍ଲକ ରେ 11 ଟି ପରୀକ୍ଷା କେନ୍ଦ୍ର ଥିବାବେଳେ 2304 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି l ସମସ୍ତ କେନ୍ଦ୍ରରେ ସିସି କ୍ୟାମେରା ଓ AI କ୍ୟାମେରା ଲାଗିଛି l ପରୀକ୍ଷା କିଭଳି ଶୃଙ୍ଖଳିତ ରହିବ ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ବ୍ଲକ ଶିକ୍ଷାଧିକାରୀ କହିଛନ୍ତି l

LEAVE A REPLY

Please enter your comment!
Please enter your name here