ପ୍ରଥମରେ ନାମ ଲେଖାଇବା ବୟସ ସୀମା ୬ ବର୍ଷ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଶିକ୍ଷା ବିଭାଗର ବଡ ନିଷ୍ପତ୍ତି,ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ ୬ କିମ୍ବା ଏହା ଠାରୁ ଅଧିକ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି। ୨୦୨୫-୨୬ ଶିକ୍ଷା ବର୍ଷରୁ ଏହି ନିୟମ କାର୍ଯ୍ୟକାରୀ ନେଇ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ନିୟମ ଲାଗୁ କରାଯାଇଛି। ୬ ବର୍ଷ ବୟସ ଗଣନା ନେଇ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମାର୍ଚ୍ଚ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖକୁ ବୟସ ସୀମା ଧରାଯିବ। ସେପ୍ଟେମ୍ବର ୧ ସୁଦ୍ଧା ଯେଉଁ ଶିଶୁ ମାନଙ୍କ ବୟସ ୬ କିମ୍ବା ତଦୁର୍ଦ୍ଧ ସେମାନେ ନାମ ଲେଖାଇବେ l ସ୍କୁଲ ସ୍ତରରେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଷ୍ଟିୟରିଂ କମିଟିର ସୁପାରିସ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ ହୋଇଛି। ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁଙ୍କୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ। ଅଙ୍ଗନବାଡି, ପ୍ରାକ୍ ସ୍କୁଲ, ବାଲ ବାଟିକା ସହିତ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଯାଏ ମୋଟ ୫ ବର୍ଷକୁ ପ୍ରାରମ୍ଭ ବର୍ଗରେ ରଖାଯାଇଛି । ସେହିପରି ତୃତୀୟ, ଚତୁର୍ଥ, ପଞ୍ଚମ ଶ୍ରେଣୀ ଯାଏ ପ୍ରସ୍ତୁତି ବର୍ଗ, ଷଷ୍ଠ ରୁ ଅଷ୍ଟମ ଯାଏ ମଧ୍ୟମ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ମାଧ୍ୟମିକ ପର୍ଯ୍ୟାୟ ଭାବେ ବର୍ଗୀକରଣ କରାଯାଇଛି ।୬ରୁ ୮ ବର୍ଷ ଭିତରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ, ୮ରୁ ୧୧ ବର୍ଷ ବୟସରେ ତୃତୀୟରୁ ପଞ୍ଚମ, ୧୧ରୁ ୧୪ ବର୍ଷ ବୟସରେ ଷଷ୍ଠରୁ ଅଷ୍ଟମ ଏବଂ ୧୪ରୁ ୧୮ ବର୍ଷ ବୟସରେ ନବମରୁ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ିବେ।

LEAVE A REPLY

Please enter your comment!
Please enter your name here