ଗଜପତି ( ବିପ୍ଲବୀ ପରିକ୍ରମା ):- ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଗୁରୁତର l ଗଜପତି ଜିଲ୍ଲା ମୋହନା ଥାନା କଳାମେରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା l ଗୁରୁତର ଶାଶୁ ଅନଳl ବଣସିଂ (୫୦) ଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି l ମୋହନା ପୋଲିସ ଘଟଣାର ତଦନ୍ତ କରୁଛି l ମିଳିଥିବା ସୂଚନା ପ୍ରକାରେ କଳାମେରୀ ଗାଁର ଅନଳl ବଣସିଂ ଙ୍କ ଝିଅ ସ୍ୱପ୍ନା କୁ ସେହି ଗାଁର ମନମୋହନ ବିଷୋୟୀ ୫ ବର୍ଷ ତଳେ ପ୍ରେମ ବିବାହ କରିଥିଲେ l ତାଙ୍କର ଗୋଟିଏ ୪ ବର୍ଷର ଝିଅ ଅଛି l ତେବେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ କଳି ଝଗଡା ଲାଗିରହିଥିଲା l ସେଥିପାଇଁ ପାଇଁ ଅନଳl ନିଜ ଝିଅ ସ୍ୱପ୍ନା କୁ ନିଜ ଘରେ ରଖିଥିଲେ l ତେବେ ରବିବାର କୌଣସି କାରଣରୁ ଜ୍ୱାଇଁ ମନମୋହନ ଶାଶୁ ଘରକୁ ଯାଇ ଝଗଡା କରିଥିଲା l ଏହି ସମୟରେ ଶାଶୁ ବୁଝାଇବା ଚେଷ୍ଟା କରୁଥିବା ବେଳେ ଅଚାନକ ଜ୍ୱାଇଁ ମନମୋହନ ଶାଶୁଙ୍କୁ ଟାଙ୍ଗିଆରେ ହାଣିଦେଇଥିଲା l ଶାଶୁ ଅନଳlଙ୍କ ମୁଣ୍ଡ, ଶଶୀରର ବିଭିନ୍ନ ସ୍ଥାନରେ ଟାଙ୍ଗିଆ ଚୋଟ ଯୋଗୁଁ ଗୁରୁତର ସେ ଆହତ ହୋଇଛନ୍ତି l ମୋହନା ମେଡିକାଲ ରେ ଚିକିତ୍ସା ଚାଲିଥିବା ବେଳେ ମୋହନା ଥାନା ପୋଲିସ ଖବର ପାଇ ଘଟଣାର ତଦନ୍ତ କରୁଛି l