ଖୁବଶୀଘ୍ର ଘୋଷଣା ହେବ ପ୍ରାର୍ଥୀଙ୍କ ନାଁ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମେଣ୍ଟ ଦ୍ୱନ୍ଦ୍ୱ ହଟିବା କ୍ଷଣି ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ । ଦୁଇ ଦଳ ବିଜେପି-ବିଜେଡିରେ ଜୋର୍ ଧରିଲା ଯୋଦ୍ଧା ବଛା କସରତ୍। ଏକାକୀ ଲଢ଼ିବା ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ପୁଣି ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲ ଓ ସଂଗଠନ ସଂପାଦକ। କାହିଁକି ନା ଦିଲ୍ଲୀରେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ।

ମେଣ୍ଟ ଚର୍ଚ୍ଚାର ବାଦଲ ହଟିଯାଇଥିବାରୁ ପୂର୍ବରୁ ରାଜ୍ୟ ନିର୍ବାଚନ କମିଟି ପଠାଇଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆଧାରରେ ଆଜି ବାଜିପାରେ ଓଡ଼ିଶାର କିଛି ଆସନ ପାଇଁ ପ୍ରାର୍ଥୀଙ୍କ ନାଁରେ ମୋହର । ଏମିତି ବି ପ୍ରାୟ ୧୦୦ ବିଧାନସଭା ଏବଂ ୧୬ ଲୋକସଭାରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ସରିଥିବା କୁହାଯାଉଛି । ଆଉ ଏପଟେ ବି ଗତକାଲିଠୁ ଆହୁରି ୧୦ ଗୁଣା ଜୋଶରେ ନେତା ଓ କର୍ମୀ କାମ ଆରମ୍ଭ କରିଦେଇଥିବା କହିଛନ୍ତି ଦଳ ସଭାପତି। ଅନ୍ୟପଟେ ବିଜେଡି ମଧ୍ୟ ତା’ର ପ୍ରାର୍ଥୀ କସରତକୁ ବଢାଇ ଦେଇଛି। ନବୀନ ନିବାସରେ ଲୋକସଭା କ୍ଷେତ୍ର ଅନୁୟାୟୀ ବୈଠକ କରି ନେତାଙ୍କୁ ଗ୍ରୀନ ସିଗନାଲ ଦିଆଯାଉଛି। ଏବେ ସୁଧା ୧୧ ଟି ଲୋକସଭା ୭୭ ବିଧାନସଭା ସ୍ଥିତି ସମୀକ୍ଷା କରିସାରିଛନ୍ତି ସୁପ୍ରିମୋ। ସର୍ଭେ ରିପୋର୍ଟକୁ ଆଧାର କରି ଗଡ଼ ଜଗିବାକୁ ନେତାଙ୍କୁ ଟାସ୍କ ବି ଦିଆଯାଇଛି।

ଅନ୍ୟପଟେ ଯଦିଓ ୨୪ ମହାସଂଗ୍ରାମ ପାଇଁ ଦୁଇ ଦଳ ଭିତରେ ଯୁଦ୍ଧ ରେଖା ଟଣା ସରିଛି, ହେଲେ ଲଢ଼େଇର ତୀବ୍ରତା କେମିତି ରହିବ ତାକୁ ନେଇ ନାନା କଳ୍ପନାଜଳ୍ପନା। ଅନ୍ୟପଟର ଏକାଠି ଲଢ଼ିବାର ବାହସ୍ପୋଟ ଭିତରେ ଦୁଇ ପକ୍ଷର ମପାଚୁପା ବୟାନକୁ ନେଇ ଚର୍ଚ୍ଚା ଯେତିକି ମେଣ୍ଟ ଦ୍ୱନ୍ଦ୍ୱ ଦୂର ହୋଇଥିଲେ ବି ଲଢ଼େଇର ସ୍ୱରୂପକୁ କଳ୍ପନାଜଳ୍ପନା ବି ସେତିକି। ଏଭଳି ସ୍ଥିତିରେ ମେଣ୍ଟ ନ କରି ଉଭୟ ବିଜେପି-ବିଜେଡି ଫ୍ରେଣ୍ଡଲି ମ୍ୟାଚ୍ ଖେଳିବାକୁ ଯାଉଥିବା କହି ଟାର୍ଗେଟ୍ କରିଛି କଂଗ୍ରେସ। ଯାହାର ଜବାବ ରଖିଛନ୍ତି ଦୁଇଦଳ । ଏବେ ଅପେକ୍ଷା ୨୪ ମହାଯୁଦ୍ଧ ପାଇଁ ଯୋଦ୍ଧା ଘୋଷଣା ସହ ମୈଦାନରେ ଅସଲ ଲଢ଼େଇକୁ।

LEAVE A REPLY

Please enter your comment!
Please enter your name here