ବିପ୍ଲବୀ ପରିକ୍ରମା ଡିଜିଟାଲ :- ନିୟମ ଅନୁସାରେ ପ୍ରତି ୧୦ ବର୍ଷରେ ଥରେ ପଞ୍ଚାୟତ ପୁନର୍ଗଠନ ହେବାକଥା। ଶେଷଥର ପାଇଁ ୨୦୧୭ରେ ସୀମା ନିର୍ଦ୍ଧାରଣ ହୋଇଥିବାରୁ ୨୦୨୭ରେ ପଡୁଛି ପାଳି। ଆଉ ଏହା ପୂର୍ବରୁ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିଜେପି ସରକାର। ଏନେଇ ସୋମବାର ସଂକେତ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି, ନୂଆ ପଞ୍ଚାୟତ ପାଇଁ ପ୍ରୟାସ ଆରମ୍ଭ ହୋଇଛି,ଏପ୍ରକାର ସମୟ ମଧ୍ୟ ବର୍ତ୍ତମାନ ଆସିଛି,ଅଞ୍ଚଳର ହିତକୁ ଦେଖି ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ l ବର୍ତ୍ତମାନ ରାଜ୍ୟର ମୋଟ୍ ୩୧୪ଟି ବ୍ଲକରେ ୬ ହଜାର ୭୯୪ ପଞ୍ଚାୟତ ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ହେଲା ଗତ ୪୦ ବର୍ଷ ଧରି ଆଉ ନୂଆ ବ୍ଲକ ସୃଷ୍ଟି ହୋଇନାହିଁ। ଏଥିପାଇଁ ବାରମ୍ବାର ଦାବି ଉଠିଥିଲେ ସୁଦ୍ଧା ପୂର୍ବ ସରକାରଗୁଡ଼ିକ କୌଣସି ପଦକ୍ଷେପ ନେଇନଥିଲେ। ବର୍ତ୍ତମାନର ସରକାର ଉପଲବ୍ଧି କରିଛନ୍ତି ଯେ, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବ୍ଲକ ବିଭାଜନର ଆବଶ୍ୟକତା ରହିଛି।