ଶିମିଳିପାଳରେ ବଢୁଛି ମହାବଳ ବାଘ ସଂଖ୍ୟା, ୪୦ ଛୁଇଁଲା

0

ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିମିଳିପାଳରେ ବଢୁଛି ମହାବଳ ବାଘ ବଂଶ। ବର୍ତ୍ତମାନ ଶିମିଳିପାଳରେ ଅଛନ୍ତି ୪୦ ମହାବଳ। । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି। ବର୍ଷକରେ ମହାବଳ ବାଘ ସଂଖ୍ୟା ୧୦ ବଢିଲା । ଚଳିତ ବର୍ଷ କ୍ୟାମେରା ଟ୍ରାପରୁ ଏହା ସ୍ପଷ୍ଟ ହୋଇଛି। ଜିନତ୍ ଓ ଯମୁନା ବ୍ୟତିତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ଯମୁନା ଓ ଜୀନତ ବ୍ୟତିତ ୧୩ ଟି ପୁରୁଷ ମହାବଳ ଓ ୧୭ ଟି ବାଘୁଣୀ ଅଛନ୍ତି। ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି। ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ଏନେଇ କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା। ଅନ୍ୟପଟେ ଗୁରୁବାର ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଥିଲେ ରାଜ୍ୟ ସରକାର । ଦୀର୍ଘ ୪୫ ବର୍ଷ ପରେ ପୂରଣ ହୋଇଛି ଦାବି । ୧୯୮୦ ମସିହାରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ ନେଇ ପ୍ରସ୍ତାବ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here