ମହୁଆଙ୍କ ପାଇଁ ବଢ଼ିଲା ଅଡୁଆ : ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ୍

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତ୍ରୀ ମହୁଆ ମୌତ୍ରଙ୍କ ଅସୁବିଧା କମିବାର ନାଁ ଧରୁନାହିଁ । ପ୍ରଥମେ ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚାରିବାରୁ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ଏକ ନୋଟିସ ଜାରି କରାଯାଇ ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂତ୍ରରୁ ପ୍ରକାଶ, ତାଙ୍କୁ (ମୌତ୍ର) ମଙ୍ଗଳବାର ଦିନ ବଙ୍ଗଳା ଖାଲି କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି । ବର୍ତ୍ତମାନ ସରକାରୀ ବଙ୍ଗଳା ଯଥାଶୀଘ୍ର ଖାଲି କରିବାକୁ ଇଷ୍ଟେଟ୍ ନିର୍ଦ୍ଦେଶାଳୟର ଏକ ଟିମ୍ ପଠାଇବ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା । ଏହାପୂର୍ବରୁ ମୌତ୍ରଙ୍କ ଆବଣ୍ଟନ ବାତିଲ କରାଯାଇଥିଲା , ଏବଂ ତାଙ୍କୁ ଜାନୁଆରି ୭ ତାରିଖ ସୁଦ୍ଧା ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା ।

ଗତ ବର୍ଷ ଡିସେମ୍ବର ୨ ତାରିଖରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଦାମୀ ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟର ‘ୟୁଜର୍ ଆଇଡି ଏବଂ ପାସୱାର୍ଡ’ ସେୟାର କରିବା ଅଭିଯୋଗରେ ମହୁଆ ମୌତ୍ରଙ୍କୁ ‘ଅନୈତିକ ଆଚରଣ’ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here