ସେନା ଠୁ ଲୋକେ ସମସ୍ତେ ଆତଙ୍କିତ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତର ସାମାରିକ ପ୍ରସ୍ତୁତିରେ ପୁରା ଥର ଥର ହୋଇଗଲାଣି ପାକିସ୍ତାନ । ଜବାବ ଦେବାକୁ ନିଜର ସମସ୍ତ ସାମର୍ଥ୍ୟ ଯୋଗାଡ଼ କଲାଣି । ପାକିସ୍ତାନର ନାଭାଲ ଚିଫ୍ ବା ଜଳସେନା ମୁଖ୍ୟ ତାଙ୍କ ସୈନିକ ମାନଙ୍କୁ ସତର୍କ ବାଣୀ ଦେଇଛନ୍ତି । ପ୍ରସ୍ତୁତ ହୁଅ ଅମପାଖରେ ଥିବା ଅସ୍ତ୍ରଶସ୍ତ୍ର କାମରେ ଲାଗିବା ବେଳ ଆସିଲାଣି । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଇସଲମାବାଦ ଡରିଗଲାଣି । କେବଳ ସେତିକି ନୁହେଁ ପାକିସ୍ତାନ ତାର ବାୟୁ ସେନାର ଶକ୍ତି ସାମର୍ଥ୍ୟାକୁ ନେଇ ଭିଡିଓ ବି ଜାରି କଲାଣି । ଅର୍ଥାତ୍ ପାକିସ୍ତାନ ତାର ସୈନ୍ୟବଳକୁ ସାଧାରଣରେ ଦେଖେଇବା ଆରମ୍ଭ କଲାଣି ଯେ ସେ ପ୍ରସ୍ତୁତ ଅଛି । ଭାରତ କିଛି ବି କଲେ ଜବାବ ଦେବ ପାକିସ୍ତାନ ଏଥିପାଇଁ ପାକିସ୍ତାନର ସ୍ଥଳ ସେନାବି ସବୁ ନିୟମକୁ ଉଲଙ୍ଘନ କରି ଭାରତ ଉପରେ ଗୁଳିଗୋଳା ବର୍ଷା କରୁଛି । ଭାରତ ବି ତାର ମୁହଁ ତୋଡ ଜବାବ ଦେଉଛି । ପୁରା ପାକିସ୍ତାନର ସ୍ଥଳ ସେନା ଆତଙ୍କିତ ଅବସ୍ତାରେ ଅଛି । କେବଳ ଦେଖାଇବାକୁ ହିଁ ସେ ଗୁଳିମାଡ଼ କରୁଛି ।

 

ପାକିସ୍ତାନର ୭ ହଜାରରୁ ଅଧିକ ସୈନ୍ୟ ଏବଂ ଆର୍ମି ଅଫିସର ଚାକିରି ଛାଡ଼ି ସାରିଲେଣି । ଏହାକୁ ନେଇ ପାକିସ୍ତାନର ଆଭ୍ୟନ୍ତରୀଣ ସ୍ଥିତି ବି ବିଗୁଡୁଛି । ପାକିସ୍ତାନର ପୋଲିସ ଯେଉଁ ସୈନ୍ୟ ମାନେ ଚାକିରି ଛାଡିଛନ୍ତି ବା ଛୁଟିରେ ଅଛନ୍ତି ସେମାନଙ୍କୁ ଘରୁ ଟାଣି ଟାଣି ଯୁଦ୍ଧ ପାଇଁ ପ୍ରସ୍ତୁତ କରାଉଛନ୍ତି । ଏଭଳି ସ୍ଥିତି ଦେଖାଉଛି ଯେ ପାକିସ୍ତାନ ଭିତରେ ଭାରତର ପ୍ରସ୍ତୁତିକୁ ନେଇ ଆତଙ୍କ ।

 

ପହଲଗାମରେ ପର୍ଯ୍ୟଟକଙ୍କୁ ମାରି ଆତଙ୍କ ସୃଷ୍ଟି କରିଥିବା ପାକିସ୍ତାନ ଏବେ ଭାରତର ପ୍ରସ୍ତୁତିରେ ଆତଙ୍କିତ । ଏ ଡର ହିଁ ଦେଖାଉଛି ଭାରତର ଶକ୍ତିକୁ । ଏବେ ବେଳ ଆସିଲାଣି ଭାରତ ପ୍ରସ୍ତୁତିରେ ନୁହେଁ ସିଧା ସଳଖ ଆକ୍ସନକୁ ଆସିବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାଙ୍କୁ ଖୋଲା ହାତ ଦେବାପରେ ଏବେ ସ୍ଥିତି କେତେବେଳେ ବି ବିପରୀତ ହୋଇପାରେ । ଦେଖାଯାଉ ଭାରତ ପାକିସ୍ତାନ ପାଇଁ କିଭଳି ଭାବେ ରଣନୀତି ପ୍ରସ୍ତୁତ କରୁଛି ଆଉ କେବେ କରୁଛି ଆକ୍ରମଣ ।

LEAVE A REPLY

Please enter your comment!
Please enter your name here