The people of the panchayat organized a melee to remove liquor from the panchayat

0

ପଞ୍ଚାୟତରୁ ମଦ ଉଛେଦ କରିବା ପାଇଁ ମେଳି ବାନ୍ଧିଲେ ପଞ୍ଚାୟତର ବାସୀ

ବୁଗୁଡ଼ା ( ବିପ୍ଲବୀ ପରିକ୍ରମା ):– ପଞ୍ଚାୟତରେ ମଦ ଉଛେଦ ପାଇଁ ସୋମବାର ସକାଳ ଏଗାରଟା ସମୟରେ ପଞ୍ଚାୟତ ବାସୀ ମେଳି ବାନ୍ଧି ହୋଇ ବୁଗୁଡ଼ା ଅବକାରୀ ଥାନାଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ଦେଇ ନିବେଦନ କରିଛନ୍ତି । ସୂଚନା ମୁତାବକ ବୁଗୁଡ଼ା ବ୍ଲକ ଗୌଡ଼ିଆବରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମର ମୁଖ୍ୟ ରାସ୍ତା ନିକଟସ୍ଥ ଜନବସତି ଅଞ୍ଚଳରେ ଏକ ବେଆଇନ ମଦ ଦୋକାନ ଉଠାଇବା ଓ ଚୋରିରେ ବିଦେଶୀ ମଦ ବିକାଳୀ କୁ ମଦ କାରବାର ବନ୍ଦ କରିବା ପାଇଁ ସରପଞ୍ଚ ସୁନ୍ଦରୀ ମହାରଥାଙ୍କ ନିର୍ଦ୍ଦେଶରେ  ଯୁବ ସଂଗଠକ ପ୍ରକାଶ ମହାରଥାଙ୍କ ନେତୃତ୍ୱରେ ଶତାଧିକ ପଞ୍ଚାୟତ ଲୋକେ ଆଜି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ମୋଜି ଶବରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହା ସହ ଏହି ଦାବିପତ୍ରକୁ ବୁଗୁଡ଼ା ଥାନା ଅଧିକାରୀ, ତହସିଲଦାର ବୁଗୁଡ଼ା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଛତ୍ରପୁରଙ୍କ ଅବଗତି ନିମନ୍ତେ ପଠାଇଛନ୍ତି। ପଞ୍ଚାୟତର ଏହି ମୁଖ୍ୟ ଛକରେ ମଦ ଦୋକାନ ଥିବା କାରଣରୁ ପ୍ରତ୍ୟେକଦିନ ଗ୍ରାମରେ ଅସାମାଜିକଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଇବାରେ ଲାଗିଛି ।

ପ୍ରତିଦିନ ଗଣ୍ଡଗୋଳ ଘଟିବା ସହ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିବା ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ । ଯାହାକୁ ଗୁରୁତ୍ୱର ସହ ନେଇ ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ପଞ୍ଚାୟତବାସୀଙ୍କ ସହଯୋଗ କାମନା କରିଛନ୍ତି ସରପଞ୍ଚ । ଏହି ଦାବି ପ୍ରଦାନ ସମୟରେ ଆଇନଜୀବୀ ନଟବର ଜେନା, ପୀତବାସ ପ୍ରଧାନ, ବାବୁ ରାମ ଭୂୟାଁ, ପ୍ରକାଶ ଚନ୍ଦ୍ର ଜେନା, କଳ୍ପତରୁ ପ୍ରଧାନ, ପ୍ରକାଶ ଭୂୟାଁ, ଗୋପାଳ କୃଷ୍ଣ ଦାସ ପ୍ରମୁଖଙ୍କ ସମେତ ଅନ୍ଯମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here