The plan is to move from Twin-City to Triple-City

0

ଟ୍ୱିନ-ସିଟିରୁ ଏବେ ଟ୍ରିପଲ-ସିଟିକୁ ନେଇ ଯୋଜନା 

 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବର୍ତ୍ତମାନ ଟ୍ୱିନ-ସିଟି ହେବାକୁ ଯାଉଛି ଟ୍ରିପଲ୍ ସିଟି । ଆମେ ସମସ୍ତେ ଜାଣିଛେ ଯେ ଟ୍ୱିନସିଟି କହିଲେ କଟକ ଏବଂ ଭୁବନେଶ୍ୱରକୁ ବୁଝାଏ । କିନ୍ତୁ ଏବେ ଏହି ଦୁଇ ସହର ସହିତ ଯୋଡି ହେବାକୁ ଯାଉଛି ଆଉ ଗୋଟେ ସହରର ନାଁ । ଟ୍ୱିନସିଟିରୁ ଏବେ ଟ୍ରିପଲସିଟି ହେବାକୁ ନେଇ ଯୋଜନା ଚାଲିଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏହାକୁ ନେଇ ଘୋଷଣା କରାଯାଇଛି ।

ଏବେ ଟ୍ୱିନ-ସିଟି କଟକ ଓ ଭୁବନେଶ୍ୱର ସହିତ ସାମିଲ ହେବାକୁ ଯାଉଛି ପୁରୀ ସହର । ଆଉ ଟ୍ୱିନସିଟି ନୁହେଁ ଏବେ ଟ୍ରିପଲସିଟି ନାମରେ ଜଣାଯିବ କଟକ-ଭୁବନେଶ୍ୱର -ପୁରୀ । ଏହାକୁ ନେଇ ବର୍ତ୍ତମାନ ଯୋଜନା ଚାଲିଛି । ଖୁବଶୀଘ୍ର ଏହାକୁ ନେଇ କାର୍ଯ୍ୟ କରାଯିବ । ଏଥିସହ ଗମନାଗମନର ବିଭିନ୍ନ ସୁବିଧା ସହିତ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ସମୃଦ୍ଧି ହେବ । ଆଜି ବୈଠକରେ ବିଭିନ୍ନ ସମୀକ୍ଷା ଚାଲିଥିବାବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here