ବରିଷ୍ଠ ଓକିଲ ପି ରାମରାଓଙ୍କ ଉପରେ ଏସିଡ୍ ମାଡ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ବରିଷ୍ଠ ଓକିଲ ପି ରାମରାଓଙ୍କ ଉପରେ ଏସିଡ୍ ମାଡ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା। ଆନ୍ଧ୍ର ପ୍ରଦେଶର ବିଜୟବାଡାରୁ ଦୁଇ ଅଭିଯୁକ୍ତ ଙ୍କୁ ଗତକାଲି ଗିରଫ କରି ଆଣିଛି ପାରଳାଖେମୁଣ୍ଡି ପୋଲିସ।ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ବହୁ ପୁରାତନ ଅର୍ଥ କାରବରକୁ ନେଇ ଅଭିଯୁକ୍ତ ମାନେ ଏଭଳି କାଣ୍ଡ ଭାଆଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସ୍ପି।

ପାରଳାଖେମୁଣ୍ଡି ଓକିଲ ପି ରାମରାଓଙ୍କ ନିଜ ବାସ ଭବନ ଠାରେ ଗତ ନଭେମ୍ବର ୯ତାରିଖ ଦିନ ଦୁଇଜଣ ଦୁର୍ବୁତ୍ତ ଏକ ମୋଟର ସାଇକେଲ ରେ ଆସି ପାର୍ସଲ ଦେବା ବାହାନାରେ ରାମା ରାଓଙ୍କ ମୁହଁରେ ଏସିଡ୍ ପକାଇ ଫେରାର ହୋଇଯାଇଥିଲେ। ପରେ ଘଟଣାର ତଦନ୍ତ ପାଇଁ ପାରଳାଖେମୁଣ୍ଡି ପୋଲିସ ତତ୍ପରତା ସହ ଦୁଇଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା। ବିଭିନ୍ନ ସିସି ଟିଭି ଫୁଟେଜ, ସାଇବର ସେଲର ସହାୟତା ଏବଂ ଘଟଣାରେ ବ୍ୟବହୃତ ପଲସର ବାଇକ କୁ ଭିତ୍ତି କରି ପାଖାପାଖି ୩ମାସ ଧରି ପୋଲିସ ତଦନ୍ତ ଚଳାଇଥିବା ବେଳେ ଗତକାଲି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।ଏମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଘଟଣାର ମୂଳସୂତ୍ର ଧାରୀ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମେନେଜେର ଡି ଭେଙ୍କେଟ ରାଓ ଓ ଅନ୍ୟଜଣେ ସୁପାରି ଘଟାଇଥିଲା। ଘଟଣା ଘଟାଇଥିବ ଦୁଇ ଜଣ ଅଭିଯୁକ୍ତଙ୍କ ଙ୍କ ମଧ୍ୟରୁ ଏସିଡ୍ ଫିଙ୍ଗିଥିବା ଯୁବକ ଡି ସତୀଶ। ତେବେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । ୨୦୦୫ ମସିହାରେ ଘଟଣାର ଷଡ଼ଯନ୍ତ୍ର କାରୀ ପାରଳାଖେମୁଣ୍ଡି ର ଜଣେ ବସ ମାଲିକଙ୍କୁ ୫୫ଲକ୍ଷ ଟଙ୍କା ବାର ଏବଂ ରେଷ୍ଟୁରାଣ୍ଟ କରିବା ପାଇଁ ବ୍ୟକ୍ତିଗତ ଋଣ ଦେଇଥିଲେ ,ପରବର୍ତ୍ତୀ ସମୟରେ ସେ ଋଣ ସୁଝି ପାରିନଥିଲେ ଯାହାକୁ ନେଇ ତିକ୍ତତା ପରେ ଏତେବଡ଼ କାଣ୍ଡ ଘଟାଇଥିବା ସୁଚନା ଦେଇଛନ୍ତି ଗଜପତି ଏସ୍ପି । ଏହି ଘଟଣା ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ ସେକୁରୀଟି ଆକାରରେ ଦେଇଥିବା ଚେକ ପୀଡିତ ଓକିଲ ରାମରାଓଙ୍କ ପାଖରେ ଥିଲା ଯାହାକୁ ଅଭିଯୁକ୍ତ ଭେଙ୍କେଟ ରାଓ ବାରମ୍ବାର ମାଗି ବିଫଳ ହୋଇଥିଲେ, ଯାହାର ପ୍ରତିଶୋଧ ନେବା ପାଇଁ ଦୁଇଜଣ ସୁପରିଙ୍କୁ ବ୍ୟବହାର କରି ମୋଟର ସାଇକେଲ ଓ ଏସିଡ୍ ଦେଇ ବିଶାଖାପାଟଣାରୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ପାରଳାଖେମୁଣ୍ଡି ରେ ପହଞ୍ଚି ନିକଟସ୍ଥ ଏକ ମଦ ଦୋକାନରେ ବିଅର ପିଇବା ପରେ ବିଅର କେନରେ ଏସିଡ୍ ଭର୍ତ୍ତି କରି ଓକିଲଙ୍କ ମୁହଁକୁ ମାଡ କରିଥିଲେ। ବର୍ତ୍ତମାନ ସୁଦ୍ଧା ଓକିଲ ପି ରାମରାଓ ବିଶାଖାପାଟଣାରେ ଏଲ ଭି ପ୍ରସାଦ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଏହି ଘଟଣାରେ ଅନ୍ୟ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ଏବଂ ଅର୍ଥ କାରବାରରେ ଲିପ୍ତ ଥିବା ବସ ମାଲିକ ସଂଶ୍ଳିଷ୍ଟ ଅଛି କି ନାହିଁ ତମାମ ଦିଗକୁ ନେଇ ପୋଲିସ ଏବେ ତାର ତଦନ୍ତ ଜାରି ରଖିଛି ଏବଂ ଗିରଫ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପାରଳାଖେମୁଣ୍ଡି ପୋଲିସ ।

ଓକିଲ ଙ୍କୁ ଏସିଡ୍ ମାଡ ଘଟଣା ପରେ ଓକିଲ ମାନେ ନିରୁତ୍ସାହିତ ଥିଲେ, ଘଟଣା ଘଟି ପାଖାପାଖି ତିନି ମାସ ସମୟ ହୋଇଯାଇଥିବାରୁ ଅଭିଯୁକ୍ତଙ୍କୁ ପୋଲିସ ଖୋଜି ବାହାର କରି ପାରିବ କି ନାହିଁ ଆଶା ଆଶଙ୍କାରେ ରହିଥିଲେ, ଆଜି ଦୁଇଜଣ ଅଭିଯୁକ୍ତ ଗିରଫ ପରେ ଓକିଲଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି, ଏସ୍ପି ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଦେଇଛନ୍ତି ଓକିଲ ମାନେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। ଅନୁରୋଧ କରିଛନ୍ତିି।

ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଓକିଲ ଙ୍କ ଉପରେ ଏସିଡ୍ ମାଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ପୋଲିସ ହାତରେ ଲାଗିନି ।ତେବେ ଏହି ଘଟଣାରେ ଅନେକ ଲୋକ ସମ୍ପୃକ୍ତ ଥିବା ସନ୍ଧେହ ସୃଷ୍ଟି କରୁଛି, ତେବେ ପୋଲିସର ଆଗାମୀ ପଦକ୍ଷେପ କଣ ରହୁଛି ତାକୁ ହିଁ ଅପେକ୍ଷା।

LEAVE A REPLY

Please enter your comment!
Please enter your name here