ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଳୁ ଦରରେ ନିଆଁ ଲାଗିଛି । ବଜାରରେ ଆଳୁ ଆଳୁ ଗୋଦାମ ଖାଲି ହେଇଚାଲିଛି,ବଜାରରେ ଆଳୁ ସାରି ସରି ଯାଉଛି । ଏଭଳି ସ୍ଥଳେ ବଜାରରେ ଆଳୁ କଳା ବଜାରୀ ବଢିବା ନେଇ ଚିନ୍ତା ଘାରିଛି ।କେଜି ଏବେ ୫୦ ଟଙ୍କାରେ ପଂହଚିଛି । ସବୁଠାରୁ ବଡ କଥା ହେଲା, ବଜାରରେ ଆଳୁ ନଥିବାରୁ ଗ୍ରାହକଙ୍କୁ ମିଳୁନି ପର୍ୟ୍ୟାପ୍ତ ପରିମାଣର ଆଳୁ। ଖାଉଟିଙ୍କ ଆବଶ୍ୟକତା ପୂରଣ କରିପାରୁନାହାନ୍ତି ସରକାର। ବେଙ୍ଗଲ ଓଡିଶାକୁ ଆଳୁ ନ ଛାଡିବା ଯୋଗୁଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଲାଣି । ୟୁପିରୁ ଆସୁଥିବା ଆଳୁ ଯୋଗାଣ ବି ଧିମେଇ ଯାଇଛି । ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମ, ଯେଉଁଠି ପ୍ରତିଦିନ ପ୍ରାୟ ଟ୍ରକ ଟ୍ରକ ଆଳୁ ବୋଝେଇ ଗାଡି ଆସୁଥିଲା ସେଠି ଆଜି ଖାଁ ଖାଁ ପଡିଛି । ୧୫ ରୁ ୨୦ ଟ୍ରକ ଜାଗାରେ ଆସିଛି ୟୁପିରୁ ଆସିଛି ମାତ୍ର ୩ଟ୍ରକ ଆଳୁ । କେବଳ ଆଇଗିଣିଆ ନୁହେଁ ପ୍ରାୟ ସବୁ ଗୋଦାମରେ ଉଣା ଅଧିକେ ଏକପ୍ରକାର ସ୍ଥିତି ଦେଖାଦେଇଛି ।ମନ୍ତ୍ରୀଙ୍କ କହିବା ଅନୁସାରେ ବଜାରରେ କେଜି ପ୍ରତି ଆଳୁ ୩୫ଟଙ୍କାରେ ମିଳୁଛି । ବୋଧେ ବଜାରରେ ଆଳୁର ପ୍ରକୃତ ଦର କେତେ ମନ୍ତ୍ରୀଙ୍କ ପାଖରେ ଖବର ନାହିଁ । ମନ୍ତ୍ରୀ କହୁଛନ୍ତି ,ଯଦି କୌଣସି ବ୍ୟବସାୟୀ ୩୫ ରୁ ଅଧିକ ଟଙ୍କାରେ ଆଳୁ ବିକନ୍ତି ତାହେଲେ କର୍ୟ୍ୟାନୁଷ୍ଠାନ ହେବ । କିନ୍ତୁ ମନ୍ତ୍ରୀଙ୍କ କହିବାର ୨୪ଘଣ୍ଟା ପୁରିଲାଣି ନା ଆଳୁ ଦରରେ ବ୍ରେକ ଲାଗୁଛି ନା କାର୍ୟ୍ୟାନୁଷ୍ଠାନ ହେଉଛି । ଆଳୁ ଗୋଦାମ ଖାଲି ହେଇଚାଲିଛି,ବଜାରରେ ଆଳୁ ସାରି ସରି ଯାଉଛି । ଏଭଳି ସ୍ଥଳେ ବଜାରରେ ଆଳୁ କଳା ବଜାରୀ ବଢିବା ନେଇ ଚିନ୍ତା ଘାରିଛି ।