ବିପ୍ଲବୀ ପରିକ୍ରମା ଡିଜିଟାଲ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୩୦ ଦିନ ଭିତରେ ୩ଥର ଓଡିଶା ଆସିବାକୁ ଯାଉଛନ୍ତି । ଓଡିଶାରେ ହେବାକୁ ଥିବା ପ୍ରଥମଥର ଡିଜି କନଫ୍ରେନ୍ସରେ ଯୋଗ ଦେବେ ମୋଦି । ୨୯,୩୦ ଏବଂ ୧ ତାରିଖ ତିନିଧରି ଏହି କାର୍ଯ୍ୟକ୍ରମ ଚାଲିବ । ପ୍ରଧାନମନ୍ତ୍ରୀ ନଭେମ୍ବର ୨୯ ତାରିଖ ରାତିରୁ ଆସି ଡିସେମ୍ବର ୧ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଓଡିଶାରେ ରହିବେ । ଶେଷ ଯାଏଁ ନିଜେ ପ୍ରଧାନମନ୍ତ୍ରୀ କନଫରେନ୍ସରେ ଉପସ୍ଥିତ ରହିବେ । ତାଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ୩ ଦିନ ଧରି ଓଡ଼ିଶାରେ ରହି କନଫରେନ୍ସରେ ଯୋଗ ଦେବେ ।ଡିଜି ଆଈଜି ସମ୍ମିଳନୀ ପରେ ଡିସେମ୍ବର ୪ ତାରିଖରେ ନୌସେନା ଦିବସରେ ଓଡିଶା ଆସିବେ ମୋଦି । ଏହାପରେ ଜାନୁଆରୀ ୧୮ ରୁ ୧୦ତାରିଖରେ ହେବାକୁ ଥିବା ପ୍ରବାସୀ ଓଡ଼ିଆ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତୃଣମୂଳ ସ୍ତରରେ ବିଜେପିକୁ ଆହୁରି ସଂଗଠିତ କରି ପୌର ପଞ୍ଚାୟତ ନିର୍ବାଚନ ହାତେଇବାକୁ ଯୋଜନା କରୁଛି ବିଜେପି । କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନକୁ ଏକ ପାଖିଆ କରିବାକୁ ଲକ୍ଷ ରଖିଛି ଦଳ ।