The process of filing nominations for the election of Havildar-Constable Association in Berhampur has started, 22 candidates filed their nominations on the first day.

0
Oplus_131072

ବ୍ରହ୍ମପୁର ରେ ହାବିଲଦାର- କନେଷ୍ଟବଳ ସଂଘର ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ, ପ୍ରଥମ ଦିନରେ ୨୨ଜଣ କଲେ ନାମାଙ୍କନ

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ପୁଲିସ ଜିଲ୍ଲାର ହାବିଲଦାର- କନେଷ୍ଟବଳ ସଂଘର ନିର୍ବାଚନ ପାଇଁ ରବିବାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ସଂଘର ପ୍ରାୟ ୨୨ଜଣ ସଦସ୍ୟ ବିଭିନ୍ନ ପଦ ପଦବୀ ପାଇଁ ନାମାଙ୍କନ ଭରିଛନ୍ତି। ଗୋଟିଏ ଗୋଷ୍ଠୀର ସଭାପତି ପଦବୀ ପାଇଁ ନୟନ ରଞ୍ଜନ ଆଚାର୍ଯ୍ୟ, ଉପସଭାପତି ପଦ ପାଇଁ ଶ୍ରୀକାନ୍ତ ପଣ୍ଡା,ସମ୍ପାଦକ ପାଇଁ ପ୍ରଶାନ୍ତ କୁମାର ମାର୍ଥା,ସହ ସମ୍ପାଦକ-୧ ପାଇଁ ଘନଶ୍ୟାମ ବେହେରା , ସହ ସମ୍ପାଦକ-୨ ପାଇଁ କୁନାଲ ମଲ୍ଲିକ, କୋଷାଧ୍ୟକ୍ଷ ପଦ ପାଇଁ ଏ ଶ୍ରୀନିବାସ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ସୁନନ୍ଦ ପଣ୍ଡା, ଶରତ ଚନ୍ଦ୍ର ପ୍ରଧାନ, ମାମା ମହାନ୍ତି, ଉଛବ ପାଣିଗ୍ରାହୀ ଓ ବାସୁମତି ଭୂୟାଁ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ବିପରୀତ ଗୋଷ୍ଠୀର ସଭାପତି ପଦ ପାଇଁ କାଳୀଚରଣ ଷଡ଼ଙ୍ଗୀ, ଉପସଭା ପଦ ପାଇଁ କାହ୍ନା ଡାକୁଆ, ସମ୍ପାଦକ ପାଇଁ କେ.ଶ୍ରୀନିବାସ ପାତ୍ର, ସହ ସମ୍ପାଦକ-୧ ପାଇଁ ହରମହାଙ୍କୁଡ଼ , ସହ ସମ୍ପାଦକ-୨ ପାଇଁ ଚନ୍ଦନ ବେହେରା, କୋଷାଧ୍ୟକ୍ଷ ପାଇଁ ମଙ୍ଗୁଲୁ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ଆର, ସୂରୟା ରାଓ, ବିଭୁ ମିଶ୍ର, ସଦାଶିବ ପାତ୍ର,ରଞ୍ଜିତ ଭୂୟାଁ, ଟୁକୁନା ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Oplus_131072

ସଭାପତି ପ୍ରାର୍ଥୀ ନୟନ ରଞ୍ଜନ ଆଚାର୍ଯ୍ୟ ଏବଂ ତାଙ୍କ ଚେନ୍‌ର ସମସ୍ତ ପ୍ରାର୍ଥୀମାନେ ଆମ୍ବପୁଆ ସ୍ଥିତ ବାବା ଶ୍ରୀ ଅମରେଶ୍ଵରଙ୍କ ମନ୍ଦିର ପ୍ରାଙ୍ଗଣରୁ ପୂଜା ଅର୍ଚ୍ଚନା କରି ବିରାଟ ପଟୁଆରରେ ବାହାରି ଡିପିଓ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ସେହିଭଳି ବିପରୀତ ଗୋଷ୍ଠୀର ସଭାପତି ପ୍ରାର୍ଥୀ କାଳିଚରଣ ଷଡ଼ଙ୍ଗିଙ୍କ ସମେତ ତାଙ୍କ ଚେନ୍‌ର ପ୍ରାର୍ଥୀମାନେ ସ୍ଥାନୀୟ ହିଲପାଟଣା ସ୍ଥିତ ଗଣେଶ ମନ୍ଦିରରୁ ପଟୁଆରରେ ବାହାରି ନାମାଙ୍କନ ଦାଖଲ କରିଥିଲେ। ରିଟର୍ଣ୍ଣି ଅଫିସର ତଥା ନିର୍ବାଚନ ପରିଚାଳନା ପାଇଁ ପିସିଆର ସେଲର ଡିଏସପି ବିଶ୍ବଜ ରାଉତରାୟଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here