The procession was completed in the presence of hundreds of devotees

0
Oplus_131072

 କୁରୁଳିଆରେ ଶହଶହ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ରଥଯାତ୍ରା 

 

କୁରୁଳିଆ ( ବିପ୍ଲବୀ ପରିକ୍ରମା ):- : ଆଜି ହୋଉଛି ପ୍ରଭୁ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ବା ରଥଯାତ୍ରା |ଏହା କେବଳ ଭାରତ ନୁହେଁ ଭାରତ ବାହାରେ ବିଭିନ୍ନ ଦେଶରେ ମଧ୍ୟ ଏହି ରଥଯାତ୍ରା ବହୁତ ବହୁ ଆଡମ୍ବର ରହିତ ପାଳନ କରାଯାଇଥାଏ | ଓଡିଶା ରେ କୁହାଯାଏ ଯେ ବାରମାସରେ ତେର ପର୍ବ ସେ ଭିତରୁ ରଥଯାତ୍ରା ହୋଉଛି ଅନ୍ୟତମ ପ୍ରଭୁ ଜଗନ୍ନାଥ ଏହି ରଥଯାତ୍ରା ରେ ନିଜ ଭକ୍ତଙ୍କ ସହିତ ମିଶିବା ପାଇଁ ନିଜ ଭାଇ ଭଉଣୀଙ୍କୁ ଧରି ବାହାରିଥାନ୍ତି ନିଜ ମାଉସୀ ଘରକୁ ଦୀର୍ଘ ୯ ଦିନ ମାଉସୀ ଘରେ ରହିଥାନ୍ତି ପ୍ରଭୂ ଜଗନ୍ନାଥ |ତେବେ ଆଜି ଆମେ ପହଁଞ୍ଚିଥିଲୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆବ୍ଲକ ସ୍ଥିତ କୁରୁଳିଆ ଗ୍ରାମଠାରେ ଏଠାରେ ଆଜକୁ ପ୍ରାୟ ୨୮ ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି | ଆଜି ପ୍ରଭୁଙ୍କର ରଥଯାତ୍ରା ଥିବାରୁ ଦୈନଦିନ ନୀତିକ୍ରାନ୍ତି ଓ ପୂଜାର୍ଚ୍ଚନା ପରେ ୪ ଘଟିକା ସମୟରେ ପୂର୍ବତନ ବିଧାୟକ ବିଜୟୀ ନାଏକ ଙ୍କ ଦ୍ୱାରା ଛେରାପଂହଁରା କାଯ୍ୟକ୍ରମ ହୋଇଥିଲା ପରେ ଧାଡି ପହଣ୍ଡିରେ ତିନି ଠାକୁରଙ୍କ ପହଣ୍ଡି ହୋଇ ରଥେ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ତାପରେ ଡାହୁକ ନିର୍ଦ୍ଦେଶରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା |ରଥ ଟାଣିବା ପାଇଁ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଆକୃଷ୍ଠ ବଢ଼ୀବାରେ ଲାଗିଥିଲା |ଉଭୟ ପୁରୁଷ ଓ ମହିଳା ମିଶି ପ୍ରଭୁଙ୍କ ରଥଟାଣି ମାଉସୀ ବାଡ଼ି ବା ଗୁଣ୍ଡିଚା ମନ୍ଦିର ନିକଟକୁ ପହଞ୍ଚେଇ ଥିଲେ |

Oplus_131072

ରଥଯାତ୍ରା ଦେଖିବା ପାଇଁ ଏହାର ଆଖପାଖ ଅଞ୍ଚଳରୁ ଶହଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା | ଭିଡକୁ ଦୃଷ୍ଟିରେ ରଖି କୌଣସି ଅପ୍ରୀତିକର ଘଟଣା ନ ଘଟେ ତା ପାଇଁ କରଞ୍ଜିଆ ଥାନା ଅଧିକାରୀ ନିରୋଜ କୁମାର ମଲିକ ଙ୍କ ନିର୍ଦେଶ କ୍ରମେ ପୋଲିସ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା | ଏବଂ ଓଡିଶା ଡ୍ରାଇଭର ମହାସଂଘ ର କର୍ମକର୍ତା ମାନେ ମଧ୍ୟ ରଥଟଣା ସମୟରେ ସାହାଯ୍ୟ ଓ ସହଯୋଗ କରିଥିଲେ | ତାସହିତ ଆସିଥିବା ଭକ୍ତଙ୍କ ପାଇଁ ହେଲ୍ଫିହେଣ୍ଡ ଫାଉଣ୍ଡେସନ ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇଥିଲା |ତେବେ ଏଠିକାର ରଥଯାତ୍ରା ଟି କରଞ୍ଜିଆ ଏବଂ ବାରିପଦା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ହୋଇଥିବାରୁ ରଥଟାଣିବା ସମୟରେ ଉଭୟ ପାର୍ସରେ ଶହଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା l

LEAVE A REPLY

Please enter your comment!
Please enter your name here